ଜମ୍ମୁ: ବିଜେପି ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

0

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲା କୁଲଗାମରେ ଜଣେ ବିଜେପି ନେତା ଓ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀ ସୋମବାର ଗୁଳିକରି ହତ୍ୟା କରିଛନ୍ତି । ଗୁଲଗାମର ବିଜେପି କିଷାନ ମୋର୍ଚ୍ଚା ସଭାପତି ତଥା ସରପଞ୍ଚ ଗୁଲାମ ରସୁଲ ଦର ଓ ତାଙ୍କ ପତ୍ନୀଙ୍କୁ ଆଜି ଆତଙ୍କବାଦୀମାନେ ହତ୍ୟା କରିଛନ୍ତ।
କୁଲଗାମର ରେଡୱାନିରେ ବିଜେପି ସରପଞ୍ଚ ଥିଲେ ଗୁଲାମ। ଗତବର୍ଷ ଡିଡିସି ନିର୍ବାଚନରେ ସେ ହାରିଯାଇଥିଲେ । ସେ ରେଡୱାନି ଛାଡ଼ି ସେ କିଛି ଦିନ ତଳେ ଅନନ୍ତନାଗ ଆସିଥିଲେ। ଏଠାରେ ସେ ଭଡ଼ା ଘରେ ରହୁଥିଲେ। ଆଜି ସେ ନିଜ ପତ୍ନୀଙ୍କ ସହ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଟାର୍ଗେଟ କରି ଏକାଧିକ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଦରଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି।