୪ ଜଣ ପୋଲିସଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା

0

(ଆଦର୍ଶ ରାଉତ): ନବୀନ ନିବାସ ଆଗରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ୩ ରୁ ୪ ଜଣ ଏସିପିଙ୍କ ନାମରେ ମହିଳା ଥାନାରେ ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା । ମହିଳା ମୋର୍ଚ୍ଚାର କର୍ମୀ ଓ ନେତ୍ରୀଙ୍କୁ ପୁଲିସ ରାଜମହଲ ଛକରେ ଅଟକାଇଥିବା ବେଳେ କିଛି ନେତ୍ରୀ ଅଲଗା ରାସ୍ତାରେ ଯାଇ ନବୀନ ନିବାସ ପାଖରେ ପହଁଞ୍ଚିଯାଇଥିଲେ। ତେବେ ସେଠାରେ ମୁତୟନ ପୁରୁଷ ପୁଲିସ ମହିଳା ନେତ୍ରୀଙ୍କୁ ଅଟକାଇବା ବାହାନାରେ ଅସଦାଚରଣ କରିଥିଲେ ଏମାନଙ୍କ ଅଭିଯୋଗ କି ମହିଳା ପୋଲିସ ଥାଉ ଥାଉ କ’ଣ ପାଇଁ ପୁରୁଷ ପୋଲିସ ଅଟକାଇଲେ ତେଣୁ ତାଙ୍କ ଉପରେ କାର୍ଯ୍ୟନୁଷ୍ଟାନ ନିଆଯାଉ ।