(ରିପୋଟର୍ସ ଟୁଡେ) : ମହିଳାଙ୍କ ଉପରେ ଅରୁଚିକର ଟିପ୍ପଣୀ ଦେଇ ଅସୁବିଧା ରେ ପଡିଥିବା ମହାରଥୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ଚାପ ପଡୁଛି । ଏହି ମନ୍ତବ୍ୟ ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସମଗ୍ର ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହାସହ ଆସନ୍ତାକାଲି ବିଜେପି ମହିଳା ମୋର୍ଚ୍ଚା ନବୀନନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କ ଦଳରୁ ବହିଷ୍କାର ଦାବି କରିବ ।
ଆସନ୍ତା କାଲି ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା ଉପାୟରେ ଭେଟିବ ବୋଲି ଆଜି ଏନେଇ ସୂଚନା ଦେଇଛନ୍ତି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା । ଏହାସହ ମହାର ଥୀଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ରହିଛନ୍ତି, ସେନେଇ ମଧ୍ୟ ପ୍ରଶ୍ନ କରିବ ମହିଳା ମୋର୍ଚ୍ଚା ମହାରଥୀଙ୍କ ଅପମାନଠାରୁ ନବୀନଙ୍କ ନିରବତା ଆହୁରି ଯନ୍ତ୍ରଣା ଦାୟକ । ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ଗାନ୍ଧୀ ଜୟନ୍ତୀରେ ଅହିଂସାତ୍ମକ ଭାବେ ଯାଉଥିବା ମହିଳା ମୋର୍ଚ୍ଚାର ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିବେ ବୋଲି ଦୃଢ ଆଶା କରୁଛୁ ବୋଲି ବିଜେପି ସଭାନେତ୍ରୀ କହିଛନ୍ତି । ।ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାନଗଲେ ଆନ୍ଦୋଳନକୁ କରାଯିବ ତୀବ୍ରତର କରାଯିବ । ସରକାରରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମହିଳା ବିରୋଧୀ ତଥା ନାରୀ ଜାତରି ଆତ୍ମସ୍ୱାଭିମାନଙ୍କୁ ବ୍ୟଥିତ କରିବା ଭଳି ବକ୍ତବ୍ୟ ସତ୍ୱେ ମୁଖ୍ୟମନ୍ତ୍ରୀଙ୍କର ନିରବତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଭାତୀ ।