ନବରଙ୍ଗପୁର/ଟୁକୁନା ଖୁରା : ପୂର୍ବତନ ରାଜ୍ୟ ସଭାପତି ତଥା ରାଜ୍ୟ କାର୍ଯ୍ୟ କାରେଣୀ ସଦସ୍ୟ ସମୀର ମହାନ୍ତି ନବରଙ୍ଗପୁର ଠାରେ ପହଞ୍ଚିଛନ୍ତି। ସେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମୀଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନା କର୍ମଶାଳା ବିଷୟକୁ ନେଇଁ ଟିପ୍ପଣୀ ରଖିଥିଲେ। କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ମାଧ୍ୟମରେ ଦେଶର ସମସ୍ତ ବର୍ଗର ଲୋକଙ୍କ ନିମନ୍ତେ ସ୍ବାବଲମ୍ବୀ ଜୀବନଯାପନ ସହ ଆତ୍ମନିର୍ଭରଶୀଳ ହେବାକୁ ଯେଉଁ ଯୋଜନାମାନ ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଶତ ପ୍ରତିଶତ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଯୋଜନାର ମାର୍ଗ ଦର୍ଶନ ନିମନ୍ତେ ଶ୍ରୀ ମହାନ୍ତି ନବରଙ୍ଗପୁର ଜିଲ୍ଲାର ମୋଟ ୧୮ଟି ବର୍ଗର ପରିବାରର ଆର୍ଥିକ ସ୍ଥିତିକୁ ମଜଭୂତ କରିବାକୁ ପ୍ରୟାସ କରାଯାଉଥିବା ଉଲ୍ଲେଖ କରିଛନ୍ତି। ଯେ ଯେଉଁ କ୍ଷେତ୍ରରେ କାମ କଲେ ମଧ୍ୟ ଏହି ଯୋଜନାର ଲାଭ ଉଠେଇ ଆର୍ଥିକ ସ୍ବଚ୍ଛଳତା କରିବାକୁ କୁହାଯାଇଛି।