ବିଜେପିର କାର୍ୟ୍ୟକାରିଣୀ ବୈଠକ

0

(ଜୟନ୍ତ କୁମାର ସେଠୀ)ଗୋପ : ପିପିଲି ଦାଣ୍ଡମୁକୁନ୍ଦପୁର ଉତ୍ତରଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରେ ବିଜେପିର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିପିଲି ଡେଲାଙ୍ଗ ନିର୍ଵାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭ।ବରେ ଅ।ଶାୟୀ ମାନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ମାନେ ଯୋଗ ଦେଇଥିଲେ । ବିଶେଷକରି ବରିଷ୍ଠ ବିଜେପି ନେତା ମାନଙ୍କୁ ଅଣଦେଖା କରାଯାଉଛି ବୋଲି କିଛି ନେତା ଅଭିଯୋଗ କରିଛନ୍ତି । ଦଳର ଅ।ଦର୍ଶରେ ଅନୁପ୍ରାଣିତ ବ୍ୟକ୍ତି ବିଶେଷଙ୍କୁ ବିଜେପି ଟିକେଟ ପ୍ରଦାନ କରୁ ବୋଲି ବିଜେପି ନେତା ମାନେ ଦାବୀ କରିଛନ୍ତି । ସେପଟେ ନିର୍ଵାଚନର କେଇଦିନ ପୂର୍ଵରୁ ବିଜେପି ନେତା ମାନଙ୍କର ଏଭଳି ବୈଠକ କୁ ସାଧାରଣରେ ହଜମ କରିପାରୁନାହଁ।ନ୍ତି ବିରୋଧୀ ଦଳ। ଏହି ବୈଠକରେ ପିପିଲି ଡେଲାଙ୍ଗ ବିଧାନସଭା ବିଧାୟକ ପାଇଁ ଅ।ଶାୟୀ ପ୍ରାର୍ଥୀ ବିକାଶ କୁମାର ପଟ୍ଟନାୟକ, ଓ ଚିନ୍ମୟ କୁମାର ମହାପାତ୍ରଙ୍କ ସମେତ ଦଳର ବହୁ ପୁରଖା ନେତା ମାନେ ଅଂଶ ଗ୍ରହଣ କରିଥିଲେ ।