କଟକ ଜିଲ୍ଲା ସାଲେପୁରରେ  ବିଜେପିର ମିଶ୍ରଣ ପର୍ବ

0

କଟକ: କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣ ପୁର ପଞ୍ଚାୟତର ବହୁ ବରିଷ୍ଠ ବିଜେଡ଼ି ନେତା ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ। ବିଜେଡ଼ିର ପୂର୍ବତନ ସରପଞ୍ଚ ପାର୍ଥି ତଥା ପଞ୍ଚାୟତ ବିଜେଡ଼ିର କାର୍ୟ୍ୟକାରୀ ସଭାପତି ବସନ୍ତ ସେଠୀଙ୍କ ନେତୃତ୍ୱରେ ମନୋଜ କୁମାର ଭୋଇ ,ହୃଷୀକେଶ ବେହେରା, ପ୍ରଫୁଲ୍ଲ କୁମାର ଲେଙ୍କା,କୈଳାଶ ମହାରଣା ଙ୍କ ସମେତ ୧୦ଜଣ କାର୍ୟ୍ୟକର୍ତ୍ତା ବିଜେପିର ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ବେହେରାଙ୍କ ସହ ଯୋଗ ଦେଇଛନ୍ତି। ଏଥିରେ ରାଇସୁଙ୍ଗୁଡା ମଣ୍ଡଳ ସଭାପତି ଭାନୁପ୍ରକାଶ ଦାସ,ପଞ୍ଚାୟତ ସଭାପତି ଅଜୟ କୁମାର କର, ଉପସଭାପତି ସନ୍ତୋଷ କୁମାର ନାୟକ,ପୂର୍ବତନ ସରପଞ୍ଚ ରଞ୍ଜନ କୁମାର  ବେହେରା,ଅଜିତ କୁମାର ପତି,ଜିଲ୍ଲା କାର୍ୟ୍ୟକାରିଣୀ ସଦସ୍ୟ, ଗୌରୀଶଙ୍କର ଦାସ,ପୂର୍ବତନ ସମିତି ସଭ୍ୟା ମମତା ସେଠୀ,ଅନ୍ତର୍ୟ୍ୟାମୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।