ବିଧାନସଭା; ୧୯୯୧ ରେ ଯିଏ ମହର୍ଷି କଲେଜରେ ପାଠ ପଢ଼ାଉଥିଲେ । 800 ଟଙ୍କା ପାଉଥିଲେ । ୩୨ ବର୍ଷ ପରେ ୧୫ ହଜାର କୋଟିର ମାଲିକ ଅଚ୍ୟୁତ ସାମନ୍ତ । ତାଙ୍କ ଉଦ୍ଦେଶ୍ୟ ମନ୍ଦ ବୋଲି ଜଣା ପଡ଼ୁଛି । ବିଜୁ ପଟ୍ଟନାୟକ ସରକାର ସମୟରେ ITI କରିବାକୁ ଲୋନ ନେଲେ । ଯାହା ଗରିବ ପିଲାଙ୍କ ପାଇଁ ମିଳିବା କଥା । ସେ ପାଇସା AICTE ଦ୍ୱାରା ଆଣି ନିଜ ଲଙ୍କା ସାମ୍ରାଜ୍ୟ କଲେ । ଶିକ୍ଷା ନାଁରେ କଳା କାରନାମା ଭଣ୍ଡ ସାରଥୀ ଯେପରି ସମାଜକୁ କଳୁଷିତ କରୁଥିଲେ, ସେପରି ଅଚ୍ୟୁତ ସମାଜକୁ ଲୁଣ୍ଠନ କରି ରାଜ୍ୟ ଓ ଦେଶକୁ ଲଜ୍ଜିତ କରିଛି ।ଯେତେବେଳେ ସେ ଦୁର୍ନୀତିର ପାହାଡ଼ ଉପରେ ଥିଲେ, ଆଦିବାସୀ ଜମି ମାଡି ବସିଲେ, ସେତେବେଳେ ବିଜେଡି ଏହି ଡକାୟତଙ୍କୁ ସାଂସଦ କଲେ ।
ବିନା BDA ଅନୁମତି, ଜଙ୍ଗଲ ଜମିରେ ବଡ଼ ବଡ଼ ଅଟାଳିକା ନିର୍ମାଣ କଲେ । କେଉଁ ସରକାର ତାଙ୍କୁ ପ୍ରୋତ୍ସାହନ ଦେଲା ? ପ୍ରଦୀପ ପାଣିଗ୍ରାହୀଙ୍କୁ ଧମାକାଇଲେ । ଦୁର୍ନୀତିଗ୍ରସ୍ତଙ୍କ ଢାଲ ହେଲେ, ଖାଲରେ ପଡିବେ । ପଥରଗାଡ଼ିଆ ମୌଜାରେ ଖାତା ନମ୍ବର 420, 891 ଜମି ହଡପ କଲେ । ଯେଉଁ ପୂର୍ବ ସରକାର ଲୋକ ଜମି ନେବାରେ ସାହାଯ୍ୟ କରିଛନ୍ତି, ଉତ୍ତର ଦେବେ କି ? ବରମୁଣ୍ଡା ହାଉସିଂ ବୋର୍ଡରେ ଜଙ୍ଗଲ ଜମି ଥିବାରୁ ମାଲିକାନା ମିଳୁନି । ହେଲେ ବିଜେଡି ସରକାର ସମୟରେ ଅଚ୍ୟୁତ ସାମନ୍ତଙ୍କ ପାଇଁ କିସମ ପରିବର୍ତ୍ତନ କରି ଦେଲେ । କୌଣସି ଦଳର ନେତାଙ୍କ ପିଲା ପଢି ପାରନ୍ତି କି ଚାକିରୀ କରି ପାରନ୍ତି । ହେଲେ ବିଜେପି ସେମାନଙ୍କୁ ଗଣ୍ଡଗୋଳ କି ଜମି ଦଖଲ କରିବକୁ ଶିଖାଏ ନାହିଁ । SC ST ଲୋକଙ୍କୁ କିଟ୍ ରେ ଚାକିରୀ ଦେଉଥିଲେ । ଆଉ ପରେ SC ST ଲୋକଙ୍କୁ କମ ଦାମରେ ଧମକାଇ ଜମି ନେଉଥିଲେ ।
ଆଦିବାସୀ ପିଲାଙ୍କୁ ପାଠ ପଢାଇ ମସିହା ହୋଇଛନ୍ତି । ହେଲେ CWC ରିପୋର୍ଟ ଅନୁସାରେ 12 କୋଟି କେନ୍ଦ୍ର ଠାରୁ ନେଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଠାରୁ ବର୍ଷକୁ 5 କୋଟି ନେଉଛନ୍ତି । NGO ଠାରୁ 21 କୋଟି 42 ଲକ୍ଷ ଓ ବିଦେଶୀ ସଂସ୍ଥାରୁ 20 କୋଟି ନେଲେ । ଚାଉଳ ବାବଦରେ ରାଜ୍ୟ ସରକାରଙ୍କ ପାଖରୁ ୨୨ କୋଟି ୫୦ ଲକ୍ଷ ଟଙ୍କା ନେଉଛନ୍ତି । ତାହେଲେ ମାଗଣା କେଉଁଠି ପଢ଼ାଇଲେ ।ଜଗନ୍ନାଥ ମନ୍ଦିର କରି ଦୁର୍ନୀତି କରି ଚାଲିଲେ ।
ଦୁଇ ଜଣ ମହିଳା ଜୟନ୍ତୀ ନାଥ ଓ ମଞ୍ଜୁଷା ପାଣ୍ଡେ ଯେପରି କହିଲେ ନେପାଳ ବଜେଟରୁ ଅଧିକ ଟଙ୍କା କୀଟ ଖାଇବାକୁ ଦିଏ । କଣ ଘରୁ ଆଣି ଦେଉଥିଲେ ? ଏପରି କଥା ଆଉ ନ କୁହାଯାଉ । ଆମ ପିଲା ବି ବାହାରେ ପଢୁଛନ୍ତି । ଆମ ଅର୍ଥନୀତି କମ ହୋଇପାରେ । ହେଲେ ଆମ ପିଲା ମାନଙ୍କ ଭବିଷ୍ୟତ ଥାଏ ।ମୁଖ୍ୟମନ୍ତ୍ରୀ ନେପାଳ ପିଲାଙ୍କୁ ଫେରିବାକୁ ଅନୁରୋଧ କରିଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ବାହାର ପିଲା ଏଠି ପଢି ଆମ ଭାଷା ଓ ସଂସ୍କୃତି ସହ ଜଡିତ ହେଉଛନ୍ତି । ମୁଲତବୀ ଆଲୋଚନାରେ ବିଜେପି ବିଧାୟକ ବାବୁ ସିଂଙ୍କ ମନ୍ତବ୍ୟ.