ଭୁବନେଶ୍ୱର: ସନ୍ତୋଷ ହେଲେ ନୀଳଗିରିରୁ ବିଜେପି ପ୍ରାର୍ଥୀ । ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସନ୍ତୋଷ ଖଟୁଆ ହେଲେ ବିଜେପି ବିଧାୟକ ପ୍ରାର୍ଥୀ । ନୀଳଗିରି ବିଧାନସଭା ଆସନରୁ ଲଢିବେ ସନ୍ତୋଷ ।
ଗତଥର ବିଜେଡି ଟିକେଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ସନ୍ତୋଷ । କିନ୍ତୁ ସଙ୍ଗଠନ ସହ ଜଡିତ ଥିବାରୁ ପୁଣିଥରେ ଟିକେଟ ପାଇଁ ଆଶାବାଦୀ ଥିଲେ । ତେବେ ଗତକାଲି ବିଜେଡି ଏଠାରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ସନ୍ତୋଷଙ୍କ କର୍ମୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ସୁକାନ୍ତଙ୍କୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରୁ ଦଳରୁ ଇସ୍ତଫା ଦେଇଥିଲେ ସନ୍ତୋଷ ।