ଜୟଙ୍କୁ କାଉଣ୍ଟର କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର

0

ଭୁବନେଶ୍ୱର : ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଅଭିଯୋଗର ଜବାବ ରଖିଲା ବିଜେଡି । ଜୟଙ୍କୁ କାଉଣ୍ଟର କଲେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ବିଜେପିର ବିଧାୟକ ଜୟ ନାରାୟଣ ମିଶ୍ର ହେଉଛନ୍ତି ଜଣେ ହତ୍ୟା ଅଭିଯୁକ୍ତ । ବିଜେଡିର ଜୈନିକ କର୍ମୀର ହତ୍ୟା ଅଭିଯୋଗରେ ସମ୍ପୃକ୍ତ ହୋଇ ନିଜେ ଜେଲକୁ ଯାଇଥିଲେ । ଏବଂ ଜେଲରେ ଅନେକ ଦିନ କାଟିବା ପରେ ସେ ଜାମିନରେ ଆସିଛନ୍ତି । ଦୁଃଖର ସମୟ ଚାଲିଛି ଗୋଟେ ଅଘଟଣ ଘଟିଛି ଯାହା ଆମ ସମସ୍ତ ଙ୍କୁ ଦୁଃଖିତ ମର୍ମାହତ କରିଛି । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର କ୍ରାଇମ ବ୍ରାଞ୍ଚ ଚାଲିଛି । ଶ୍ରୀ ମିଶ୍ର ମହୋଦୟ ଜଣେ ହତ୍ୟା ଅଭିଯୁକ୍ତ ତେଣୁ କ୍ରାଇମବ୍ରାଞ୍ଚ ତଦନ୍ତ ତାଙ୍କୁ ବିଚଳିତ କରିଛି । ତାଙ୍କ ମନରେ ଭୟ ସୃଷ୍ଟି କରିଛି ଯେଉଁଥିପାଇଁ ସେ ବାଉଲେଇ ଚାଉଳେଇ ହେଉଛନ୍ତି । କଣ କହିବେ ବୁଝି ପାରୁନାହାନ୍ତି । ଗୁଡ଼ାଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ବିଜେଡି ଜଣେ ହତ୍ୟା ଅଭିଯୁକ୍ତଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦେଇନାହିଁ ବା ଦେବା ପାଇଁ ମଧ୍ୟ ଚାଁହୁନାହିଁ ।