ବିଜେପି ସାଂସଦ କିରଣ ଖେର ବ୍ଲଡ଼ କ୍ୟାନ୍ସରରେ ପୀଡିତ

0

(ମୁମ୍ବାଇ ) : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ବ୍ଲଡ଼ କ୍ୟାନ୍ସରରେ ପୀଡିତ ଅଛନ୍ତି । ସେ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି । ଏନେଇ ବୁଧବାର ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କିରଣ ଖେରଙ୍କ ସହଯୋଗୀ ତଥା ବିଜେପି ଚଣ୍ଡିଗଡ଼ ସଦସ୍ୟ ଅରୁଣ ସୁଦ ସୂଚନା ଦେଇଛନ୍ତି। ସୁଦ କହିବାନୁଯାୟୀ , କିରଣ ଖେର ଗତ ବର୍ଷରୁ ନିଜର ଚିକିତ୍ସା ଜାରି ରଖିଛନ୍ତି। ‘ଗତ ବର୍ଷ ନଭେମ୍ବର ୧୧ରେ, ଚଣ୍ଡିଗଡ଼ ଘରେ ତାଙ୍କର ହାତ ଭାଙ୍ଗି ଯାଇଥିଲା। ଚଣ୍ଡିଗଡ଼ର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସା ସମୟରେ ତାଙ୍କ ଶରୀରରେ ମଲ୍ଟିପଲ ମାଇଲୋମାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେଇଥିଲା। ଏହି ରୋଗ ତାଙ୍କ ବାମ ହାତରୁ ଡାହାଣ କାନ୍ଧ ପର‌୍ୟ୍ୟନ୍ତ ବ୍ୟାପିଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ୪ ଡିସେମ୍ବର ୨୦୨୦ରେ ମୁମ୍ବାଇକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେବେଠାରୁ ସେ କ୍ରମାଗତ ଭାବେ ଚିକିତ୍ସିତ ହେଉଛନ୍ତି ।