ଭୁବନେଶ୍ୱର: ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା । ସରକାର ଗଠନ ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି । ଖାସ୍ ସେଥିପାଇଁ କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୨ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କାଲି ଅପରାହ୍ନରେ ଝାରସୁଗୁଡ଼ାରେ ଆସି ପହଞ୍ଚିବେ ନଡ୍ଡା ।ସେପଟେ ନଡ୍ଡାଙ୍କ ଦୁଇଦିନିଆ ଗସ୍ତକୁ ନେଇ ପୂରା ଚଳଚଂଚଳ ପଶ୍ଚିମ ଓଡ଼ିଶା। ୨୨ ତାରିଖ ଅପରାହ୍ନରେ ଝାରସୁଗୁଡ଼ାରେ ପହଚିଂବେ ନଡ୍ଡା। ଏହାପରେ ବରଗଡ଼ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପି କାର୍ୟ୍ୟକର୍ତ୍ତାମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର କାର୍ୟ୍ୟକ୍ରମ ରହିଛି। ୨୩ରେ ଭବାନୀପାଟଣାରେ ମହାଜନସଂପର୍କ ଅଭିଯାନରେ ସାମିଲ ହେବେ । ଏହା ସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରର କାର୍ୟ୍ୟକର୍ତ୍ତାମାନଙ୍କ ସହ ମଧ୍ୟ ବୈଠକ କରିବେ। ଆଉ ନିର୍ବାଚନରେ ଜିତିବା ପାଇଁ ଦେବେ ଗୁରୁମନ୍ତ୍ର। କଳାହାଣ୍ଡି ସଭାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ରହିବେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।