ନାବାଳକ ହାତରେ ବିଜେପି ଦଳୀୟ ପତାକା-ବିଜେଡି

0

ବିଜେପି ନିଜ ରାଲିରେ ନାବାଳକଙ୍କୁ ବ୍ୟବହାର କରିବା ସହ ନିଜ ଦଳିତ ପତାକା ଧରି ରାଲି କରୁଥିବା ଅଭିଯୋଗ କରିଛି ବିଜେଡି । ଏନେଇ ଆଜି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ରେ ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଫେରାଦ ହୋଇଛନ୍ତି । ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିଜେପି ପକ୍ଷରୁ ଗତକାଲି ବିରୋଧ ପ୍ରଦର୍ଶନ କରାଯାଇଥିଲା । ଯେଉଁଠାରେ ଛୋଟ ଛୋଟ ପିଲାଙ୍କୁ ନିଜର ଦଳୀୟ ପତାକା ଧରାଇ ବିକ୍ଷୋଭ କରିବା ସହ ସେମାନଙ୍କୁ ବ୍ୟବହାର କରିଛନ୍ତି ।

ଯାହାର ପ୍ରମାଣକୁ ପେନଡ୍ରାଇଭ ଯୋଗେ ବିଜେଡି ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ଦିଆଯାଇଛି । ଏହାସହ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ କୌଣସି ରାଜନୀତିକରଣ କରିବାକୁ ଚାହୁଁ ନଥିବା ବେଳେ ଏହାକୁ ବିଜେପି ନା ମାନି ଏକ ଖରାପ ବାର୍ତ୍ତା ଦେଇଛି । ଏହି ଘଟଣାରେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ମନ୍ଦାକିନୀ କର କହିଛନ୍ତି ଯେ , ଏହା ଏକ ସାଙ୍ଘାତିକ ଘଟଣା । ଏହାର ତଦନ୍ତ କରାଯିବ ।