ବୁଧବାର ଦିନ ଭବାନୀପାଟଣା ସର୍କିଟ ହାଉସ ଠାରେ ଭାରତୀୟ ଜନତା ପାର୍ଟି ତରଫ ରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫ ରୁ ଚଲିତ ବର୍ଷ ବଜେଟ୍ କୁ ନେଇ ଆଲୋଚନା ହୋଇଥିଲା ।
ସମ୍ମିଳନୀ ରେ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କଳାହାଣ୍ଡି ଲୋକ ସଭା ସାଂସଦ ଶ୍ରୀମତି ମାଳବିକା ଦେବୀ,ରାଜ୍ୟ ସଭା ସାଂସଦ ଶ୍ରୀ ସୁଜିତ୍ କୁମାର ସେଠ୍, ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ ।