ନବ ଦାସ ହତ୍ୟାକାଣ୍ଡକୁ ଚାପି ଦେବା ପାଇଁ ସରକାର ଓ ପୋଲିସ ଷଡ଼ଯନ୍ତ୍ର କରୁଛନ୍ତି : ବିଜେପି

0

ଭୁବନେଶ୍ୱର : ନବ ଦାସ ହତ୍ୟାକାଣ୍ଡକୁ ଚାପି ଦେବା ପାଇଁ ସରକାର ଓ ପୋଲିସ ଷଡ଼ଯନ୍ତ୍ର କରୁଛନ୍ତି । ଗୋପାଳ ପଛରେ କିଏ ଅଛି ଯେଉଁ ପ୍ରଶ୍ନ ଉଠିଛି ତାହାର ଉତ୍ତର କେବେ ସାମ୍ନା କୁ ଆସିବ ବୋଲି ପ୍ରଶ୍ନ କରିଛି ବିଜେପି | ଏଥିସହ ନବ ଦାସଙ୍କୁ ହତ୍ୟାକାରୀ ଥିବା ପଛରେ ଲୋକ ମାନେ ବିଜୁ ଜନତା ଦଳ ଭିତରେ ଅଛନ୍ତି। ଏବଂ କ୍ରାଇମବ୍ରାଞ୍ଚ କ୍ଲୁ-ଲେସ ଭଳି ଚୁପ ବସି ଘଟଣା କୁ ଚପେଇବା ନୂଆ କାହାଣୀ ଲେଖା ଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ବିଜୁ ଜନତା ଦଳ ପାଇଁ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ହେଲାନି । ବିରୋଧୀ ଦଳ ନେତାଙ୍କୁ ଜାଣିଶୁଣି ବିବାଦ ଭିତରକୁ ଟଣା ଯାଉଛି । ଏପରିକି ପୋଲିସ ବ୍ୟବସ୍ଥାରେ କିଛି ବ୍ୟକ୍ତି ନିଜର ଫାଇଦା ପାଇଁ ରାଜନୀତି କରୁଛନ୍ତି । ପୋଲିସ ରାଜନୈତିକ ଉଦ୍ଦେଶ୍ୟରେ କାମ କରୁଛି ବୋଲି କହି ପୋଲିସର ବିଶ୍ଵସନୀୟତ ଉପରେ ପ୍ରଶ୍ନ ଉଠିଛି ବିଜେପି |