ଇଦ୍ ପାଇଁ ଗରିବ ମୁସଲମାନଙ୍କୁ ବିଜେପି ଦେବ ଉପହାର…

0

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମୋଦିଙ୍କ ବଡ ପ୍ଲାନ । ସଂଖ୍ୟାଲଘୁଙ୍କୁ ଦଳ ପ୍ରତି ଆକର୍ଷିତ କରିବା ପାଇଁ ବିଜେପି କରିଛି ନୂଆ ଚାଲ । ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚା ସୈାଗତ-ଏ-ମୋଦି ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଇଦ ଉପହାର ଦେବାକୁ ପ୍ରୟାସ କରାଯାଇଛି । ବିଜେପି ସଭାପତି ଜେପି ନଡ୍ଡାଙ୍କତ୍ତତତ୍ତ୍ୱାବଧାନରେ ମଙ୍ଗଳବାର ଦିଲ୍ଲୀର ନିଜାମୁଦ୍ଦିନରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ସୈାଗତ-ଏ-ମୋଦି ଅଭିଯାନ ଅଧିନରେ ଯେଉଁ କିଟ ଦିଆଯିବ ସେଥିରେ ପୋଷାକ ସହିତ ସିନ୍ଦୁର, ଖଜୁର ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ । ମହିଳା ମାନଙ୍କ କିଟରେ ଏକ ସୁଟ ଏବଂ ପୁରୁଷ ମାନଙ୍କ କିଟରେ କୁର୍ତ୍ତା ପାଇଜାମା ଅନ୍ତର୍ଭୁକ୍ତ ହେବ । ଗୋଟିଏ କିଟର ମୁଲ୍ୟ ପାଖାପାଖି ୫୦୦ ରୁ ୬୦୦ ଟଙ୍କା ହେବ । ଏହି ଅଭିଯାନ ଅଧିୀନରେ ବିଜେପି ସଂଖ୍ୟଲଘୁ ମୋର୍ଚ୍ଚାର ୩୨ ହଜାର କର୍ମୀ କିଟ୍ ବଣ୍ଟନ କରିବେ।


ସୌଗତ-ଏ-ମୋଦିଙ୍କ ସବୁଠାରୁ ବଡ଼ ଫୋକସ ହେଉଛି ବିହାର ବିଧାନସଭା ନିର୍ବାଚନ। ବିହାରରେ, ବିଜେପି ମୁସଲିମ ଭୋଟରଙ୍କ ପାଖକୁ ଯାଇ ସେମାନଙ୍କୁ ଉପହାର ଦେବାକୁ ଯୋଜନା ରଖିଛି। ସେହିପରି, ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର ଏହି ଅଭିଯାନକୁ କଟାକ୍ଷ କରିଛନ୍ତି ଏବଂ ଏହାକୁ ରାଜତନ୍ତ୍ରର ସମାର୍ଥକ ବୋଲି କହିଛନ୍ତି।

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜମାଲ ସିଦ୍ଦିକି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪୦ କୋଟି ଭାରତୀୟଙ୍କ ପ୍ରଧାନମନ୍ତ୍ରୀ, ଏବେ ପର୍ବପର୍ବାଣୀର ସମୟ, ଇଦ୍ ଆସୁଛି, ରମଜାନ ଚାଲିଛି। ଆମର କର୍ମୀମାନେ ଯାଇ କିଟ୍ ବଣ୍ଟନ କରିବେ। ଜଣେ ଅଧିକାରୀ ୧୦୦ ପ୍ରତି ପରିବାର ମଧ୍ୟରେ କିଟ୍ ବଣ୍ଟନ କରିବେ।ଜମାଲ ସିଦ୍ଦିକି କହିଛନ୍ତି ଯେ ପବିତ୍ର ରମଜାନ ମାସ ଏବଂ ଆଗାମୀ ଇଦ୍, ଗୁଡ୍ ଫ୍ରାଇଡେ, ଇଷ୍ଟର ନବରୋଜ୍ ଏବଂ ଭାରତୀୟ ସମ୍ବତ୍ ନବବର୍ଷ ପାଳନ ପାଇଁ, ସଂଖ୍ୟାଲଘୁ ମୋର୍ଚ୍ଚା ଏକ ଅଭିଯାନ ମାଧ୍ୟମରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚିବ। ଏହା ସହିତ, ଜିଲ୍ଲା ସ୍ତରରେ ମଧ୍ୟ ଇଦ୍ ମିଳନ ଉତ୍ସବ ଆୟୋଜନ କରାଯିବ।