ଭୁବନେଶ୍ୱର : ଆୟୁଷ୍ମାନ ଭାରତ ଯୋଜନା ନେଇ ରାଜ୍ୟ ବିଜେପିକୁ ଟାର୍ଗେଟ କଲା ବିଜୁ ଜନତା ଦଳ | ସାମ୍ୱାଦିକ ସମ୍ମିଳନୀ କରି ବିଜେଡି କହିଛି ଗତକାଲି ବଜେଟରେ ଆୟୁଷ୍ମାନ ଭାରତ ପାଇଁ ମାତ୍ର ୭୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି |ଯଦି ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଏହାକୁ ଭାଗ କରାଯାଏ ଓଡ଼ିଶା ଭାଗରେ ୨୦୦ କୋଟି ଟଙ୍କା ପଡ଼ିବ | କିନ୍ତୁ ଓଡ଼ିଶାରେ BSKY ପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର | ଅର୍ଥାତ୍ ପ୍ରତି ଜିଲ୍ଲା ଭାଗରେ ୨୦୦ କୋଟି ଟଙ୍କା ପଡୁଛି । ଯଦି ଆୟୁଷ୍ମାନ ଭାରତ ରେ ମିଳିବାକୁ ଥିବା ୨୦୦ କୋଟି ଟଙ୍କା ଗୋଟିଏ ଜିଲ୍ଲାରେ ଖର୍ଚ୍ଚ ହେବ, ଅନ୍ୟ ୨୯ ଜିଲ୍ଲା କଣ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି ?
ସ୍ୱାସ୍ଥ୍ୟ ସେବା ଲାଗି ଗୋଟିଏ ଜିଲ୍ଲାର ବ୍ୟୟ ବରାଦରେ ପୂରା ରାଜ୍ୟକୁ ସାମିଲ କରିବାକୁ ଚାହୁଁଛନ୍ତି କି ରାଜ୍ୟ ବିଜେପି ? ଓଡ଼ିଶାର ସ୍ୱାସ୍ଥ୍ୟ ବଜେଟ ୨ ଗୁଣା ହୋଇ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଛି । BSKYରେ ୫୦୦ ଘରୋଇ ହସ୍ପିଟାଲକୁ ଅନୁବନ୍ଧିତ କରଯାଇଛି । BSKY ଯୋଜନାରେ ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ୫ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ମହିଳା ଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ରଖାଯାଇଛି । ଅଙ୍ଗ ପ୍ରତିରୋପଣ କ୍ଷେତ୍ରର ଆୟୁଷ୍ମାନ ଯୋଜନାରେ ଜଣେ ହିତାଧିକାରୀ ୫ ଲକ୍ଷ ରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ କିନ୍ତୁ BSKY ରେ ୫ଲକ୍ଷ ରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ । ତେଣୁ ବିଜେପି ଆଉ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କଥା ନ ଉଠାନ୍ତୁ । ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ । ଏଥିରୁ କ୍ଷାନ୍ତ ରୁହନ୍ତୁ । ବିଜେପି ନେତା ଓଡ଼ିଶା ଲୋକଙ୍କୁ ସତ କୁହନ୍ତୁ ।