ବ୍ୟୁରୋ : ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସାଂଗଠନିକ କର୍ମଶାଳା । ପ୍ରାଥମିକ ଓ ସକ୍ରିୟ ସଦସ୍ୟତା ଗ୍ରହଣ କଲା ପରେ ବୁଥ କମିଟି ଗଠନ ପ୍ରକ୍ରିୟା ଚାଲିଛି । ତା’ ପରେ ମଣ୍ଡଳ, ଜିଲ୍ଲା ଓ ରାଜ୍ୟ କମିଟି ଗଠନ ହେବ । ସେଥିପାଇଁ ଜିଲ୍ଳା ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ସହ ଅଧିକାରୀ ଓ ଜିଲ୍ଲା ସଭାପତି ମାନଙ୍କର ପ୍ରଶିକ୍ଷଣ ହୋଇଛି । ସେମାନେ ନିରପେକ୍ଷ ଭାବେ କିଭଳି ସମସ୍ତଙ୍କ ସହମତିରେ ବିଭିନ୍ନ ଗଠନ କରିବେ ସେନେଇ ଆଲୋଚନା କରାଯାଇ ପ୍ରଶିକ୍ଷଣ ଦିଆଯାଇଛି । ପ୍ରତି ୬ ବର୍ଷରେ ଥରେ ସଦସ୍ୟତା ହୁଏ । ୩ ବର୍ଷରେ ଥରେ ସଂଗଠକ ନିର୍ବାଚନରେ ହୁଏ । ବୁଥ ସ୍ତରରୁ ନେଇ ଦେଶ ପର୍ୟ୍ୟନ୍ତ ସଙ୍ଗଠନ ପୁନର୍ଗଠନ ହୋଇଥାଏ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସହ ସାଂଗଠନିକ ନିର୍ବାଚନ ଅଧିକାରୀ ଯତୀନ ମହାନ୍ତି ।