ବିଜେଡି ପ୍ରତ୍ୟାହୃତ କଲା ବନ୍ଦ ଡାକରା; ଆଇନ ମନ୍ତ୍ରୀ କହିଲେ- ମୁହଁକୁ ଲାଜ ନାହିଁ

0

ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅ।ସନ୍ତାକାଲି ୬ ଘଣ୍ଟିଆ  ଭୁବନେଶ୍ୱର  ବନ୍ଦ ଡାକରା ଦେଇଥିଲା ବିଜେଡି । ଆଜି ସେହି ବନ୍ଦ ଡାକରାକୁ ପ୍ରତ୍ୟାହାର କରି ନେଇଛି ଦଳ । ଯାହାକୁ ନେଇ ବିଜେଡିକୁ କଟାକ୍ଷ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସେ କହିଛନ୍ତି, ମୁୂୁହଁରେ ଲାଜ ନ ଥିଲେ ଲୋକେ ଏଭଳିଆ କଥା କରନ୍ତିି । ୨୪ବର୍ଷ ସରକାରରେ ସେମାନେ ଅନେକ ଏଭଳି ଘଟଣା ଘଟାଇଛନ୍ତି । ଇତିଶ୍ରୀ, ବେବିନାଠାରୁ ମମିତା ମେହେର ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ଘଟଣା ଘଟିଛି । ଯାହାର ଗଣତି କରିହେବ ନାହିଁ । ପ୍ରତି କେସରେ ମିଛ କହି ସରକାର ଚଲାଉଥିଲେ ।

ସେ ଆହୁରି କହିଛନ୍ତି, ପ୍ରତ ି କେସରେ ପୂର୍ବ ସରକାର କ୍ରିମିନାଲକୁ ଘଣ୍ଟ ଘୋଡ଼ାଉ ଥିଲେ । ଏବେ ଯେଉଁ ଆକ୍ସନ ଓ ରିଆକ୍ସନ ଦେଖାଉଛନ୍ତି, ସରକାର ଥିବା ବେଳେ ଯଦି ୫ପ୍ରତିଶତ ଆନ୍ତରିକତା ଦେଖାଇଥାନ୍ତେ, ତାହାହେଲେ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ହୋଇ ଯାଇଥାନ୍ତା । ସେ କଥା ନ କରି ଆଜି ରାଜନୈତିକ ରୁଟି ସେକିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡ଼ିଶାର ଲୋକ ସେ ବିଷୟରେ ଜାଣିଛନ୍ତି । ଯଦି ମହିଳା ନିର୍ଯାତନା ନେଇ ବିଜେଡି ଦଳର କୌଣସି ଲୋକ ଯଦି କିଛି କହିବେ, ଲୋକେ ତାଙ୍କ ଉପରେ ହସିବେ ।ଆମ ସରକାରରେ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ବୋଲ ି  ଆଇନ ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଥିଲେ । ଏଥିସହ ଦଳ ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିଲା । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପରେ ଦଳ ବନ୍ଦ ଡାକରାକୁ ପ୍ରତ୍ୟାହାର କରି ନେଇଛି ଦଳ । ଅନ୍ୟପକ୍ଷରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପାଇଛି ।