କୋଲକାତା: ପଶ୍ଚିମ ବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ରାଜ୍ୟରେ ରାଜନୈତିକ ହିଂସାରେ ଲଗାମ ଲାଗୁନାହିଁ । ଏପରିକି ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ପରିବାରର ମହିଳାଙ୍କୁ ମଧ୍ୟ ଆଉ ଛଡାଯାଉନାହିଁ, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ନନ୍ଦିଗ୍ରାମର ତେନତୁଲ ବରି ଅନ୍ତର୍ଗତ ବ୍ଲକ ନମ୍ବର୨ରେ । ଜଣେ ବିଜେପି କର୍ମୀଙ୍କ ପତ୍ନୀଙ୍କୁ ଟିଏମସି କର୍ମୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସୁଭେନ୍ଦୁଙ୍କ ପ୍ରଚାର ପାଇଁ ଉକ୍ତ ବିିଜେପି କର୍ମୀ ଯାଇଥିବା ବେଳେ ଟିଏମସି କର୍ମୀ ତାଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୋମବାର ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଚାର ପାଇଁ ବିଜେପି କର୍ମୀ ଜଣଙ୍କ ଯାଇଥିଲେ। ଆଉ ସଂଧ୍ୟାରେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀକୁ ପାଇନଥିଲେ। ଏହାପରେ ବିଜେପି କର୍ମୀ ଜଣଙ୍କ ତାଙ୍କ ଘର ପଛପଟୁ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ପୀଡ଼ିତାଙ୍କ ଉଦ୍ଧାର କରିବା ବେଳେ ତାଙ୍କ ମୁହଁ, ହାତ, ଗୋଡ଼ ବନ୍ଧା ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ତାଙ୍କ ଶରୀରରେ କ୍ଷତି ଚିହ୍ନ ରହିଥିଲା । ପୀଡିତାଙ୍କ ଅବସ୍ଥ।। ଖରାପ ଥିବାରୁ ତାଙ୍କୁ ରୁରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରୁ ତାଙ୍କୁ ତମଲୁକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।