ତାମିଲନାଡୁରେ ଶାସକ ଡିଏମକେ କୁ ହରାଇବା ପାଇଁ ବିଜେପି ନୂଆ ଗୋଟି ଚାଳନା କରିଛି । ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁର ଆଞ୍ଚଳିକ ଦଳ ଏଆଇଏଡିଏମକେ(ଅଲ୍ ଇଣ୍ଡିଆ ଆନ୍ନା ଦ୍ରାଭିଡ଼ ମୁନ୍ନେତ୍ର କାଝାଗମ) ସହିତ ମେଣ୍ଟ କରିଛି । ଉଭୟ ଦଳ ପକ୍ଷରୁ ଶୁକ୍ରବାର ଏ ନେଇ ଘୋଷଣା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଗାମୀ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ରାଜ୍ୟରେ କେ. ପଲାନିସ୍ବାମୀଙ୍କ ନେତୃତ୍ୱରେ ଲଢ଼ାଯିବ।
ଅମିତ ଶାହ କହିଛନ୍ତି ଯେ ୧୯୯୮ ମସିହାରୁ, ଜୟଲଳିତା ଏବଂ ଅଟଳଜୀଙ୍କ ସମୟରେ, ଆମେ ଏକାଠି ନିର୍ବାଚନ ଲଢ଼ି ଆସୁଛୁ। ଗୋଟିଏ ସମୟ ଥିଲା ଯେତେବେଳେ ଆମେ ଏକାଠି ୩୯ଟି ଲୋକ ସଭା ଆସନରୁ ୩୦ଟି ଜିତିଥିଲୁ। ଏଣୁ ଭାଜପା ଏବଂ ଏଆଇଏଡିଏମ୍କେ ମଧ୍ୟରେ ମେଣ୍ଟ କେବଳ ରାଜନୈତିକ ନୁହେଁ ବରଂ ବିଶ୍ୱାସ ଏବଂ ବିଚାରଧାରା ଉପରେ ଆଧାରିତ। ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ମନେ ପକାଇ କହିଛନ୍ତି ଯେ ଦୁଇ ନେତା ସର୍ବଦା ତାମିଲନାଡୁର ବିକାଶ ପାଇଁ ଏକାଠି କାମ କରିଛନ୍ତି। ବିଜେପି ଏବଂ ସମସ୍ତ ସହଯୋଗୀ ଦଳ ଆଗାମୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ। ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ରାଜ୍ୟ ସ୍ତରରେ ଏଆଇଡିଏମକେ ନେତା କେ. ପଲାନିସ୍ଵାମୀଙ୍କ ନେତୃତ୍ଵରେ ନିର୍ବାଚନ ଲଢ଼ିବେ।