ରାଇରଙ୍ଗପୁର: ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଦୀର୍ଘ ୮ ବର୍ଷ ହେଲା ଭାରତବାସୀଙ୍କୁ ସେବା,ସୁଶାସନ ଓ ବହୁ ଗରୀବ କଲ୍ୟାଣ ଯୋଜନା କରି ଦେଶକୁ ଏକ ସଶକ୍ତ ,ସମୃଦ୍ଧିଶାଳୀ ଓ ବିଶ୍ବ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରାଇ ପାରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ପାଳିର ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପଶ୍ଚିମ ମୟୂରଭଞ୍ଜ ବିଜେପି ତରଫରୁ ସ୍ଥାନୀୟ କୁଡୁମି ଭବନ ପରିସରରେ ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକଙ୍କ ସଭାପତିତ୍ବରେ ଏକଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ,ଗରିବ କଲ୍ୟାଣ ଜିଲ୍ଲା ସଂଯୋଜକ କୃପାସିନ୍ଧୁ ମହାନ୍ତ, ଯଶିପୁର ବିଧାୟକ ଇଂ ଗଣେଶରାମ ସିଂ ଖୁଣ୍ଟିଆ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଶାନ ମିଶ୍ର, ଜିଲ୍ଲା ପଛୁଆ ବର୍ଗ ସଭାପତି ଘାସିରାମ ସାହୁ, ପଛୁଆ ବର୍ଗ କାର୍ଯ୍ୟକାରିଣୀ ସଦସ୍ୟ ଚର୍ଚିଲ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲା ସଭାପତି ନବ ଚରଣ ମାଝୀ ପ୍ରଧାନମନ୍ତ୍ରୀ ମୋଦି ଭାରତବାସୀଙ୍କ ଆୟୂଷ୍ମାନ ଯୋଜନା, ଜନଧନ ସଞ୍ଚୟ ଖାତା,ଉଜ୍ବଳା ଯୋଜନା, ସୌଭାଗ୍ୟ ଯୋଜନା, ଜଳଶକ୍ତି ଯୋଜନା, ସୀମା ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ବିକାଶ ଯୋଜନା, ଯୋଗ, ଆଇଟ, ୨୦୦ଟି ସରକାରୀ ମେଡିକାଲ କଲେଜ, ଅଟଳ ବିହାରୀ ପେନସନ ଯୋଜନା, ସୁକନ୍ୟା ଯୋଜନା, ରାମ ମନ୍ଦିର ନିର୍ମାଣ, ତିନି ତଲାକ ବିଲ୍ ପାଶ କରି ମୁସଲିମ ମହିଳାଙ୍କୁ ସୁରକ୍ଷା ଭଳି ଐତିହାସିକ ପଦକ୍ଷେପ ନିଆଯାଇଛି ।
ମୋଦୀଜୀଙ୍କ ଏହି ଗରୀବ କଲ୍ୟାଣ ଯୋଜନାକୁ ଘରେ ଘରେ ଲୋକମାନଙ୍କୁ ଅବଗତ ଓ ସଚେତନ କରାଇବା ପାଇଁ ଦଳ ପକ୍ଷରୁ ଜୁନ ପହିଲାରୁ ଜୁନ ୧୫ ପର୍ଯ୍ୟନ୍ତ ଦଳର କୃଷକ ମୋର୍ଚ୍ଚା,ଏସସି ଏସଟି ମୋର୍ଚ୍ଚା, ମହିଳା ମୋର୍ଚ୍ଚା ଏବଂ ଯୁବ ମୋର୍ଚ୍ଚାର କର୍ମୀ ଓ ନେତୃବୃନ୍ଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲା ସଭାପତି ଖବରଦାତା ସମ୍ମିଳନୀରେ ବକ୍ତବ୍ୟ ଉପସ୍ଥାପନ ରଖିଥିଲେ ।