ସଂସଦରେ ଚୀନ କଥା ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଚୀନ ଓ ଭାରତ ସୀମା ଭିତରେ ଅନୁପ୍ରବେଶ କରି ପ୍ରାୟ ୪ହଜାର ବର୍ଗ କିଲୋମିଟ କବଜା କରିଥିବା ଅଭିଯୋଗ ଆଣି ମୋଦୀ ସରକାଙ୍କୁ ଶାଣିତ ଆକ୍ରମଣ କରିବା ପରେ ଏବେ ଏହାକୁ ବିଜେପି ଜୋରଦାର ବିରୋଧ କରିଛି ।
୨୦୦୮ ମସିହା,ଯେଉଁ ସମୟରେ ୟୁପିଏ ସରକାରଙ୍କ ଶାସନ ଥିଲା । ସେହି ସମୟରେ ଚୀନ ସହ ଏକ ଚୁକ୍ତି ହୋଇଥିଲା ।ଏହି ଚୁକ୍ତି କ’ଣ ଥିଲା ଏହାକୁ ସାର୍ବଜନୀନ କରିବାକୁ ବିଜେପି ଏବେ ଦାବି କରିଛି । କେବଳ ସେତିକି ନୁହେଁ କଂଗ୍ରେସ ସରକାରଙ୍କ ସମୟରେ କଶ୍ମୀର ଓ ଲଦାଖକୁ ଚୀନ କେମିତି କବଜା କରିଥଲା ଏନେଇ ଦଳ ଜବାବ ରଖୁ ବୋଲି ଦାବି କରିଛି ବିଜେପି ।