ପ୍ରଶିକ୍ଷିଣ ଶିବିରକୁ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ;ତାଲିମ ନେବେ ବିଜେଡି ବିଧାୟକ

0

ଭୁବନେଶ୍ୱର; ପ୍ରଶିକ୍ଷିଣ ଶିବିରକୁ ଉଦଘାଟନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ପ୍ରଶିକ୍ଷିଣ ଦୁଇଦିନ ଚାଲିବ । କାରଣ ପ୍ରଥମଥର ବିରୋଧି ଦଳ ସ୍ଥାନରେ ବସିଥିବାରୁ ଆଗକୁ ରଣନୀତି କଣ ରହିବ ସେନେଇ ତାଲିମ ନେବେ ବିଜେଡି ବିଧାୟକ । ଏହି ପ୍ରଶିକ୍ଷଣ ଶିବିର ଶଙ୍ଖ ଭବନରେ ହେବ । ବରିଷ୍ଠ ନେତା ନୂଆ ବିଧାୟକଙ୍କୁ ବାଣ୍ଟିବେ ଗୁରୁଜ୍ଞାନ । କାରଣ ବିଧାନସଭାରେ ନିଜ ଅଞ୍ଚଳର ସମସ୍ୟା ବିଷୟରେ ଠିକ୍ ଢଙ୍ଗରେ ସ୍ୱର ଉଠାଇ ପାରିବେ । ଆଉ ଶାସକ ଦଳକୁ ସଠିକ ଜବାବ ଦେଇପାରିବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସବୁଠାରୁ ଅଭିଜ୍ଞ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ ପ୍ରମୁଖ ବିଧାୟକମାନଙ୍କୁ ଜ୍ଞାନ ପ୍ରଦାନ କରିବେ । ସୂଚନା ମୁତାବକ, ରବିବାର ଦଳର ବିଧାୟକଙ୍କୁ ତାଲିମ ଦେବାକୁ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ନବାଗତଙ୍କ ସମେତ ଦଳର ସମସ୍ତ ୫୧ ବିଧାୟକ ଉପସ୍ଥିତ ହୋଇଛନ୍ତି । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମର ଉଦ୍ଘାଟନ କରିବା ପରେ ଟ୍ରେନିଂ ଆରମ୍ଭ ହୋଇଛି ।