ବସ୍ତା(ଅଜିତ ସାହୁ) : ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ଉତ୍ସାହିତ କରିବା ଓ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ ବିକେ ଫାଉଣ୍ଡେସନ ପକ୍ଷରୁ ସଂଗଠନର ପ୍ରତିଷ୍ଠାତା ତଥା ସହକାରୀ ଶିକ୍ଷକ ବସନ୍ତ କୁମାର ସିଂଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବସ୍ତା ବ୍ଲକ କରୁଆ ପଞ୍ଚାୟତ ବାଗପଞ୍ଚମୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗଣିତ, ବିଜ୍ଞାନ, ସାଧରଣ ଜ୍ଞାନ, ଚିତ୍ରାଙ୍କନ , ସଂଗୀତ,ନୃତ୍ୟ ସହିତ କ୍ରୀଡା ପ୍ରତିଯୋଗିତା କରି ପ୍ରତିଭା ଅନ୍ୱେଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଜୁନିଅର ଓ ସିନିୟର୍ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଂଘା କିସ୍କୁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ନନ୍ଦୀ, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦାମୋଦର ଜେନା, ସମିତି ସଦସ୍ୟାଙ୍କ ପ୍ରତିନିଧି ହେମନ୍ତ ପରିଡ଼ା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅରୁଣ କୁମାର ପାତ୍ର, ଶ୍ରୀଧର ରାଉଳ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଗ୍ରାମାଞ୍ଚଳରେ ଏଭଳି କାର୍ୟ୍ୟକ୍ରମ ଭୂୟସୀ ପ୍ରଶଂସା କରି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ସ୍ଥାନୀୟ ୟଙ୍ଗ ଷ୍ଟାର ଯୁବକ ସଂଘ ଓ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ପରିଚାଳନାରେ ସହଯୋଗ କରିଥିବା ବେଳେ ବିକେ ଫାଉଣ୍ଡେସନର ପ୍ରତିଷ୍ଠାତା ଶିକ୍ଷକ ବସନ୍ତ କୁମାର ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ।