କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗଦେବେ ଶିକ୍ଷକ

0

(ସୌମ୍ୟ ରଂଜନ ସେଠୀ) : ଦୀର୍ଘ ୪୦ ଦିନ ଆନ୍ଦୋଳନ ପରେ ଅଟଳ ରହିଥିବା ଶିକ୍ଷକ ସଂଘ ଶେଷରେ ନରମିଛି । ଏକ ମାସରୁ ଉଦ୍ଧ୍ୱ ସମୟ ଧରି ଗାନ୍ଧିମାର୍ଗରେ ଧାରଣା ଦେବା ପରେ ଶେଷରେ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ । କିନ୍ତୁ ଆନ୍ଦୋଳନ ପୂର୍ବ ଭଳି ଜାରି ରହିବ ବୋଲି ସୂଚନା ଦେଇଛି ସ୍କୁଲ କଲେଜ ମିଳିତ କର୍ମଚାରୀ ମଞ୍ଚ । ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ସ୍ୱାଭାବିକ ହେବ ବୋଲି ଆଶାକରାଯାଉଛି ।

ସୂଚନାଯୋଗ୍ୟ, ବାରମ୍ବାର ସରକାର ଓ ମିଳିତ ମଞ୍ଚ ମଧ୍ୟରେ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରୁନାହିଁ। ସରକାର ଶିକ୍ଷକମାନଙ୍କ ଥିବା ଦାବି ଗୁଡିକୁ ପୂରଣ କରୁନଥିବା ବେଳେ ଶିକ୍ଷକମାନେ ମଧ୍ୟ ନିଜ ଜିଦରେ ଅଟଳ ରହିଥିଲେ । ଏହା ଭିତରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଥିଲା ।