ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ କଳା ଦିବସ ପାଳିତ ହୋଇଯାଇଛି

0

ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ୍: ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ସମ୍ବିଧାନରେ ଭାରତ ସରକାର କୁଡୁମି ସଂପ୍ରଦାୟକୁ ବିନା କାରଣରେ ଏସ ଟି ମାନ୍ୟତାରୁ ଉଛେଦ କରିଥିଲେ । ଯାହାକି କଡୁମି ଜାତିର ମୌଳିକ ଅଧିକାରକୁ ଛଡ଼ାଇ ନିଆଯାଇଛି । ଏହାକୁ ନେଇ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେଲା କୁଡୁମି ଜାତିକୁ ପୁନଃ ଏସ ଟି ମାନ୍ୟତା ଦେବା ପାଇଁ କୁଡୁମି ସଂପ୍ରଦାୟ ପକ୍ଷରୁ ନିଜର ହଁ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯାଉଛି । ସାରା ଭାରତରେ କୁଡୁମି ସଂପ୍ରଦାୟର ଲୋକେ ୩ କୋଟିରୁ ଉର୍ଦ୍ଧ୍ବ ବସବାସ କରୁଥିବାବେଳେ ଓଡ଼ିଶାର ୯ ଟି ଜିଲ୍ଲାରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ କୁଡମି ସମାଜର ଲୋକେ ବସବାସ କରୁଛନ୍ତି ।
ସରକାର ନିର୍ଵାଚନ ଆସିଲେ କେବଳ ଭୁଆଁ ଭୁଲାଉଛନ୍ତି । ତେଣୁ କୁଡୁମି ସଂପ୍ରଦାୟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସେପ୍ଟେମ୍ବର ୬ କୁ କଳା ଦିବସ ପାଇଁ ଜୋରଦାର ପ୍ରସ୍ତୁତ କରାଯାଇଥିଲା । ମହିଳା କୁଡୁମି ସେନା ଏବଂ ଓଡିଶା ରାଜ୍ୟ ସଭାନେତ୍ରୀ ସୁଜାତା ମହାନ୍ତଙ୍କ ନେତୃତ୍ବରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଇଚିଣ୍ଡାରେ ଏକ ବିଶାଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ସମସ୍ତେ ମୁଣ୍ଡରେ କଳା ଫିତା ବାନ୍ଧି ପ୍ରତିବାଦ ଜଣାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ନାର୍ୟ୍ୟ ଦାବି ପ୍ରତି ଅଣଦେଖା କରିଥିବାରୁ ସରକାରଙ୍କୁ ପୁନଃ ବିଚାର ପାଇଁ ଅନୁରୋଧ କରିଥିଲେ । ଯାହାକୁ ନେଇ କୁଡୁମି ସମାଜ ମଧ୍ୟରେ ଅସନ୍ତୋଷର ଦାନା ବୃଦ୍ଧି ପାଉଛି । ତେଣୁ ସରକାର ଆଗାମୀ ଦିନରେ ଯଦି କୁଡୁମି ସମାଜର ଏକମାତ୍ର ଦାବିକୁ ଗ୍ରହଣ ନ କରନ୍ତି ତାହାହେଲେ ଆଗାମୀ ଦିନରେ କୁଡୁମି ସମାଜ ରାଜରାସ୍ତାକୁ ଓହ୍ବାଇବ । ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଦାୟୀ ରହିବେ ବୋଲି ପ୍ରତିବାଦ ସଭାରେ ମହିଳା ନେତୃଵୃନ୍ଦ କହିଥିଲେ । ସେମାନେ କହିଛନ୍ତି ଆମର ଶେଷ ନିଷ୍ପତ୍ତି ନୋ ଏସ ଟି ନୋ ଭୋଟ ।