ସ୍ୱାସ୍ଥ୍ୟ ପକ୍ଷେ କଳା ହଳଦୀ ଲାଭପ୍ରଦ

0

(ରିପୋର୍ଟସଟୁଡେ): ହଳଦୀ ସ୍ୱାସ୍ଥ୍ୟ ପକ୍ଷେ ଖୁବ ଉପକାରୀ ଆପଣମାନେ ନିଶ୍ଚିତ ଜାଣିଥିବେ । କଳା ରଙ୍ଗର ହଳଦୀ ବେଶ କମ ସ୍ଥାନରେ ହିଁ ଦେଖିବାକୁ ମିଳେ । ଏହା ଶରୀର ପାଇଁ ଖୁବ ଲାଭଦାୟକ । ବିଶେଷ କରି ଓଡିଶା,ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ,ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ଂଳଦୀକୁ ବ୍ୟବହାର କରି କ୍ୟାନ୍ସର ଏବଂ ଆସ୍ଥାମ ଭଳି ରୋଗର ଘରୋଇ ଉପଚାର କରାଯାଇଥାଏ ।
ଏହି ହଳଦୀ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି । ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ । କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନ୍ସର,ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ ଲାଭପ୍ରଦ । କଳା ହଳଦୀର ପତ୍ରକୁ ଶୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । କଳା ହଳଦୀ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ହାର ଶାଖାଗୁଡିକ କୋଲେଷ୍ଟ୍ରୋଲ କମ କରିବା ପାଇଁ ସହାୟତା କରିଥାଏ। ଏଥିପାଇଁ ଆୟୁର୍ବେଦ ଶାସ୍ତ୍ରରେ କଳା ହଳଦୀର ବିଶେଷ ଚାହିଦା ରହିଛି।