ଇଟାଲିର ମିଲାନ ସହରରେ ପ୍ରଚଣ୍ଡ ବିସ୍ଫୋରଣ

0

ମିଲାନ: ଇଟାଲୀର ମିଲାନ ସହରରେ ବଡ଼ ଧରଣର ବିସ୍ଫୋରଣର ଏହି ଘଟଣାରେ ୪ ଜଣ ଆହତ ହୋଇଯାଇଛନ୍ତି ।ସ୍ଥାନୀୟ ଗଣମାଧମର ରିପୋର୍ଟ ଅନୁଯାୟୀ, ମିଲାନ୍ ସହରର କେନ୍ଦ୍ରସ୍ଥଳରେ ଥିବା ପୋର୍ଟା ରୋମାନା ଅଂଚଳରେ ଏହି ବିସ୍ଫୋରଣ ଘଟିଛି ଅନେକ ଗାଡ଼ିରେ ନିଆଁ ଲାଗିଯାଇଥିଲା ।ପାର୍କିଂ ସ୍ଥଳରେ ପାର୍କିଂ ହୋଇଥିବା ଭ୍ୟାନରେ ବିସ୍ଫୋରଣ ହୋଇଥିଲା ।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖରେ ଥିବା ଅନେକ ଗାଡ଼ିରେ ନିଆଁ ଲାଗିଯିବା ସହ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ଘଟିଥିବା ନିକଟରେ ଏକ ସ୍କୁଲ ମଧ୍ୟ ରହିଛି ।କିନ୍ତୁ ଏହି ବିସ୍ଫୋରଣରେ ସ୍କୁଲର କୌଣସି କ୍ଷତି ହୋଇନାହିଁ ।ଏହି ଅଗ୍ନିକାଣ୍ଡରେ ରାସ୍ତାରେ ପାର୍କିଂ ହୋଇଥିବା ୪ଟି କାର୍, ନିକଟସ୍ଥ ଫାର୍ମାସି ଓ ନିକଟସ୍ଥ ଏକ ଆପାର୍ଟମେଣ୍ଟର କିଛି ଅଂଶ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ଏହି ଘଟଣାରେ ଲୋକେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ବିସ୍ଫୋରଣ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ବିସ୍ଫୋରଣ ହୋଇଥିବା ଭ୍ୟାନରେ ଅକ୍ସିଜେନ ସିଲିଣ୍ଡର ରଖାଯାଇଥିଲା । ସେଥିରେ ନିଆଁ ଲାଗିବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଆଖପାଖ କୋଠାଗୁଡ଼ିକୁ ଖାଲି କରାଯାଉଛି । ବିସ୍ଫୋରଣଟି ଆପେ ଆପେ ହୋଇଥିଲା କିମ୍ବା ଜାଣିଶୁଣି କରାଯାଇଥିଲା ସେ ନେଇ ପୁଲିସ ତଦନ୍ତ କରୁଛି । ଆତଙ୍କବାଦୀ ଆକ୍ରମଣ ଦୃଷ୍ଟିକୋଣରୁ ବି ତଦନ୍ତ କରାଯାଉଛି ।