ନୂଆଦିଲ୍ଲୀ: ଗୁରୁଗାଁଓରେ ଭୟଙ୍କର ବିସ୍ଫୋରଣ । ନିଆଁଲିଭା ଯନ୍ତ୍ର ତିଆରି ହେଉଥିବା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି । ଏହି ଅଘଟଣାରେ ପ୍ରାୟ ୮ ଜଣ ଶ୍ରମିକ ଜୀବନ୍ତ ଜଳିଯାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି । ୧୦ ଦମକଳ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ଗୁରୁଗାଁଓର ଦୌଲତାବାଗ ଅଞ୍ଚଳରେ ଗତକାଲି ବିଲମ୍ବିତ ରାତିରେ ଏହି ଅଘଟଣ ଘଟିଛି ।ପ୍ରୟ ରାତି ୨ଟା ବେଳେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିବା କୁହାଯାଉଛି । ନିଆଁଲିଭା ଯନ୍ତ୍ର କମ୍ପାନିରେ ବିସ୍ଫୋରଣ ହେବା ଯୋଗୁ ସ୍ଥାନୟ ଅଞ୍ଚଳରେ ଆକାଶ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଧୁଆଁ ଧୁଆଁ ହୋଇଯାଇଥିଲା । ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ , ଏଥିରେ ୮ ଜଣ ଜୀବନ୍ତ ଜଳିଯାଇଥିବା କୁହାଯାଉଛି । ଗୁରୁତର ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫ୍ୟାକ୍ଟ୍ରିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟପଟେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ , ଆଖପାଖରେ ଥିବା ୧୦ ରୁ ଅଧିକ କାରଖାନାରେ ବିଭିନ୍ନ ସାମଗ୍ରୀ ତଳକୁ ଖସି ପଡିଥିଲା ।