ବେଗୁନିଆ/ଶେଖ୍ ଅନୁଅର୍ ଅଲ୍ଲୀ: ଖୋର୍ଦ୍ଧା ହେଉଛି ବୀରତ୍ଵର ମାଟି । କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ପ୍ରବାହ ମାନ ସୃଷ୍ଟି କରି ଏକ ଜାଗରଣ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ମୁକ୍ତି ସଂଗ୍ରାମର ଏନ୍ତୁଡିଶାଳ ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା। ବହୁ ସଂଗ୍ରାମୀଙ୍କ ଜନ୍ମଭୂମି ଓ କର୍ମଭୂମି ଭାବେ ଅଲିଭା ସ୍ବାକ୍ଷର ବହନ କରିଛି। ଏମାଟିର ବରପୁତ୍ର ତଥା ପଞ୍ଚପାଇକ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, କୃପାସିନ୍ଧୁ ପାଟଷାଣୀ, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ତ୍ୟାଗ, ବଳିଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ପାଇକ ବୀରଙ୍କ ବୀରତ୍ଵ ପାଇଁ ଏ ମାଟି ଗୌରାବନ୍ଧିତ ହୋଇଛି। ଗୋଦାବରିଶ ମିଶ୍ର, ଗୋଦାବରିଶ ମହାପାତ୍ର, ସଚ୍ଚି ରାଉତରାୟ, ପର୍ଶୁରାମ ପଟ୍ଟନାୟକ, ମାୟାଧର ମାନସିଂ, କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପରି ଅନେକ ଯଶସ୍ବୀ, ମହାନ ବ୍ୟକ୍ତିତ୍ବ ଙ୍କୁ ଏ ମାଟି ଜନ୍ମ ଦେଇଛି। ରାଷ୍ଟ୍ର ଗଠନରେ ଏହି ମହାପୁରୁଷଙ୍କ ଅବଦାନ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ। ବ୍ଲକ୍ ପ୍ରଶାସନ ପକ୍ଷରୁ ବେଗୁନିଆ ମିନି ଷ୍ଟାଡିୟମ ପଡିଆରେ ଆୟୋଜିତ ୭୭ତମ ସ୍ଵାଧୀନତା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ ସହ ଅଭିଭାଦନ ଗ୍ରହଣ କରି ଜିବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ବେଗୁନିଆ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ଏବଂ ବେଗୁନିଆ ବ୍ଲକ୍ ଈଊଙ ଲକ୍ଷ୍ମୀ ପ୍ରସାଦ ସାହୁ , ବେଗୁନିଆ ବ୍ଲକ୍ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ଙ୍କ ସମେତ ବ୍ଲକ୍ ର ବହୁ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ।