ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

0

ବାରକୋଟ: ବାରକୋଟ ବ୍ଲକ ମିଶନ ଶକ୍ତି ଭବନ ପରିସରରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନ ପ୍ରାୟ ୨:୩୦ ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏସଏଚଜି ମହିଳା ମାନଙ୍କୁ ଋଣ ପ୍ରଦାନ କରାଯାଇଥିଲା । ଦେବଗଡ ଜିଲ୍ଲାପାଳ ସୋମେସ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଋଣ ମେଳା ଅବସରରେ ୨୫୭ ଏସଏଚଜି ମହିଳାଙ୍କୁ ୮ କୋଟି ୩୬ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ ଏବଂ ସମ୍ମାନୀତ ଅତିଥି ଭାବେ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର, ବାରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଲିଲି ପ୍ରଧାନ ଏବଂ ବାରକୋଟ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଜୟ କୁମାର ସଏ  ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବାରକୋଟ ସେଣ୍ଟ୍ରାଲ ବ୍ୟାଙ୍କ ଦ୍ଵାରା ଏସଏଚଜି ମହିଳାଙ୍କୁ ଋଣ ଯୋଗାଇ ଦିଆଯାଇଥିଲା । ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ପରିଚାଳକ ଯଶୋବନ୍ତ ନାଏକ‌  ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ଶେଷରେ ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ପରିଚାଳିକା   ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।