ପର୍ଲା ହାଇ ସ୍କୁଲ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

0

କଳାହାଣ୍ଡି:ଧର୍ମଗଡ ବ୍ଲକ ପର୍ଲା ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ବ୍ରିଜଲାଲ ନାଏକ, ସହ ଶିକ୍ଷା ଅଧିକାରୀ ଅରୁପାନନ୍ଦ ମାଝୀ ,ସୁରେଶ ନାଗ, ନିରଞ୍ଜନ ମଦୁଲି, ସରୋଜ କୁମାର ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ଥିଲେ।ପ୍ରଥମେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ବିଜ୍ଞାନ ବିନା ଦେଶ ବିକାଶ ହେବା ସମ୍ଭାବନା ନାହିଁ,ଯେଉଁଠି ବିଜ୍ଞାନ ର ଅଗ୍ରଗତି ରହିଛି ସେହି ଦେଶ ସେତିକି ବିକାଶ ଗଢି ଉଠିଛି-ଏଣୁ ସମସ୍ତ ଛାତ୍ରଛାତ୍ରୀ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ଉଚିତ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣ ରଖିଥିଲେ।ଏହି କାର୍ୟ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଦ୍ୱାରା ନିର୍ମାଣ ମୋଟ ୩୭ଟି ପ୍ରୋଜେକ୍ଟ ପଦର୍ଶନ ହୋଇଥିଲା।ଏଥିସହ କୁଇଜ ପ୍ରତିଯୋଗିତାରେ ୧୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ତେବେ ଛାତ୍ରଛାତ୍ରୀ ଙ୍କ ନିର୍ମାଣ ପ୍ରୋଜେକ୍ଟ ଗୁଡିକ ଅତି ଉଚ୍ଚ କୋଟିର ହୋଇ ଥିବା ଦେଖି ମୁଖ୍ୟ ଅତିଥି ଅତ୍ୟନ୍ତ ଖୁସି ଜାହିର କରିଥିଲେ।ପ୍ରଥମ ,ଦ୍ଵିତୀୟ,ତୃତୀୟ ସ୍ଥାନ ଉର୍ତ୍ତିଣ୍ଣ ଛାତ୍ରଛାତ୍ରୀ ଙ୍କୁ ମାନ ପତ୍ର ସହ ପୂରସ୍କୃତ ଦିଆଯାଇଥିଲା ।କାର୍ୟ୍ୟକ୍ରମ କୁ ଶିକ୍ଷକ ନବ କିଶୋର ସୁନାରୀ ପରିଚାଳନା କରିଥିବାବେଳେ ତେଜେଶ୍ୱର ସାହୁ,ଯୁଗେଶ୍ୱର ପ୍ରହରାଜ,ଉଦ୍ଧବ ପ୍ରଧାନୀ, ଅଜୟ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ।