ଗଞ୍ଜାମ/ରଜନୀକାନ୍ତ ପାତ୍ର: ଓର୍ମାସ୍,ଓଡ଼ିଶା ଜୀବିକା ମିଶନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ହିଂଜିଲିକାଟୁ ପଂଚାୟତ ସମିତି କାର୍ୟ୍ୟାଳୟ ପରିସରରେ ଅଧିକ ରୋଜଗାର କ୍ଷମ କରିବା ପାଇଁ ସରକାରଙ୍କ ଅଭିନବ ରୋଜଗାର ବ୍ୟବସ୍ତା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା।ବିଡ଼ିଓ ସୁବ୍ରତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠୀ, ଅତିରିକ୍ତ ବିଡ଼ିଓ,ଧୋବାଡି ସମିତିସଭ୍ୟ, ନନ୍ଦିକ ସରପଞ୍ଚ, ଜିଲ୍ଲାରୁ ଆସିଥିବା ପ୍ରତିନିଧି ଅତିଥି ଭାବେ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ। ପଞ୍ଚମ ପାସରୁ ସ୍ନାତକ, ଆଇଟିଆଇ, ଡିପ୍ଲୋମା ଆଦି ପାଠ ପଢିଥିବା ୧୮ରୁ ୩୫ବର୍ଷର ଯୁବକଯୁବତୀମାନଙ୍କୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପରାମର୍ଶ ଦିଆଯାଇଥିଲା। ଏଥିରେ ଏସବିଆଇ ଲାଇଫ ମନ୍ତ୍ର, ଭିଆଇପି କ୍ଲଦିଂ ଲିମିଟେଡ, ରେଡଟେକ ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, କନେକ୍ଟ ବିଜନେଓ ସଲ୍ୟୁସନ, ଜେଆରଏସ୍ ଏଜୁକେସନାଲ ଟ୍ରଷ୍ଟ, ଏଏସଡି ଏଜୁକେସନାଲ ଟ୍ରଷ୍ଟ, ବ୍ଲାକ ପାନ୍ଥର, ଆଦି କର୍ମ ନିୟୋଜନ ସଂସ୍ଥା ଯୋଗ ଦେଇଥିଲେ। ଏଥିରେ ଶତାଧିକ ଶିକ୍ଷିତ ଯୁବକ ଯୁବତୀମାନେ ନିଜ ନିଜ ନାମ ପଞ୍ଜିକରଣ କରାଇ ସଂସ୍ଥା ମାନଙ୍କ ଦ୍ଵାରା ନିଯୁକ୍ତି ନେଇ ପରାମର୍ଶ ନେଇଥିଲେ।ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ବିବେଚିତ ଯୁବକ ଓ ଯୁବତୀ ମାନେ ମାଗଣାରେ ୩ମାସ,୬ମାସ,୯ମାସ ଅବଧିର ଦକ୍ଷତା ବିକାଶ କଲା ପରେ ସେମାନଙ୍କୁ କମ୍ପାନୀରେ ରାଜ୍ୟ ତଥା ରାଜ୍ୟ ବାହାରେ ନିଯୁକ୍ତି ଯୋଗେଇବାର ବ୍ୟବସ୍ତା ରହିଛି। ପୂର୍ବରୁ ତାଲିମ ନେଇ ନିଯୁକ୍ତି ପାଇଥିବା ୨ ଜଣ ଯୁବତୀ ସେମାନଙ୍କ ଅନୁଭୂତି ବର୍ଣନା କରିଥିଲେ।