ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : କାଲିମେଳା ବ୍ଲକରେ କାର୍ୟ୍ୟରତ ଚଋଙ ମଧୁ କିର୍ଶାନି ଗତ ଅଢେଇ ବର୍ଷ ତଳେ ମାଲକାନଗିରି ବ୍ଲକରୁ ବଦଳି ହୋଇ କାଲିମେଳା ବ୍ଲକକୁ ଯାଇଛନ୍ତି। ତେବେ ମାଲକାନଗିରି ବ୍ଲକ କର୍ତ୍ତୃପକ୍ଷ ଖଚଉ ପଠାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି। ଖଚଉ ଯାଇ ନଥିବାରୁ ମଧୁଙ୍କୁ ଅଢେଇ ବର୍ଷ ହେଲା ଦରମା ମିଳି ପାରିନଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ମଧୁ। ବାରମ୍ବାର ବିଡ଼ିଓ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ମଧ୍ୟ ସହଯୋଗ କରୁନଥିବାରୁ ବାଧ୍ୟ ହୋଇ ମଧୁ ମଲକାନଗିରି ବ୍ଲକ କାର୍ୟ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି । ଖଚଉ ନମିଳିବା ପର୍ୟ୍ୟନ୍ତ ସେ ଧାରଣରୁ ହଟିବେ ନାହିଁ ବୋଲି କହିଛନ୍ତି।ମିଳିଥିବା ସୂଚନା ଅନୁସାରେ, ଗତ ୨୦୧୩ ମସିହାରେ ମଧୁଙ୍କ ବାପାଙ୍କୁ ନକ୍ସଲ ହତ୍ୟା କରିଥିଲେ। ତେବେ ମଧୁଙ୍କ ପରିବାରକୁ ତତ୍କାଳୀନ ଜିଲ୍ଲାପାଳ ମାଲକାନଗିରିରେ ରହିବା ପାଇଁ ଘରର ବ୍ୟବସ୍ଥା କରିଥିଲେ। ଜୀବନ ପ୍ରତି ବିପଦ ରହିଥିବାରୁ ମାଲକାନଗିରିରେ ହିଁ ପରିବାରକୁ ରଖି ସେ କାଲିମେଳା ବ୍ଲକରେ ରହି କାମ କରୁଥିଲେ।
ତେବେ ସେହି ଘରୁ ମଧ୍ୟ ତାଙ୍କୁ ହଟାଇବାକୁ ବ୍ଲକ ପ୍ରଶାସନ ଜବରଦସ୍ତି କରୁଥିବା ଅଭିଯୋଗ କରିଛନ୍ତି ମଧୁ।ମିଳିଥିବା ସୂଚନା ଅନୁସାରେ, ଗତ ୨୦୧୩ ମସିହାରେ ମଧୁଙ୍କ ବାପାଙ୍କୁ ନକ୍ସଲ ହତ୍ୟା କରିଥିଲେ। ତେବେ ମଧୁଙ୍କ ପରିବାରକୁ ତତ୍କାଳୀନ ଜିଲ୍ଲାପାଳ ମାଲକାନଗିରିରେ ରହିବା ପାଇଁ ଘରର ବ୍ୟବସ୍ଥା କରିଥିଲେ। ଜୀବନ ପ୍ରତି ବିପଦ ରହିଥିବାରୁ ମାଲକାନଗିରିରେ ହିଁ ପରିବାରକୁ ରଖି ସେ କାଲିମେଳା ବ୍ଲକରେ ରହି କାମ କରୁଥିଲେ। ତେବେ ସେହି ଘରୁ ମଧ୍ୟ ତାଙ୍କୁ ହଟାଇବାକୁ ବ୍ଲକ ପ୍ରଶାସନ ଜବରଦସ୍ତି କରୁଥିବା ଅଭିଯୋଗ କରିଛନ୍ତି ମଧୁ।