ବାରମ୍ବାର ସଡ଼କ ଦୁର୍ଘଟଣା ନେଇ ସ୍ଥାନୀୟ ଜନସାଧାରଣଙ୍କ ୪୯ ନଂ ଜାତୀୟ ରାଜପଥ ଅବରୋଧ

0

କରଞ୍ଜିଆ/ବସନ୍ତ କୁମାର ସୋରେନ: ମୟୁରଭଞ୍ଜ ଜିଲ୍ଲାର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ସିଙ୍ଗିଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଏକ ସ୍କୁଟିକୁ ଟ୍ରକ ଧକା ଦେବା ଫଳରେ ବାଇକ ଆରୋହିଙ୍କ ଘଟଣା ସ୍ଥାନରେ ମୃତ୍ୟୁ ହେଇଛି । ବାରମ୍ବାର ଦୁର୍ଘଟଣାରେ ହେବା ଏବଂ ଜାତୀୟ ରାଜପଥ ୪୯ ମରାମତି କରାଯିବା ଦାବିରେ ସ୍ଥାନୀୟ ଜନସାଧାରଣ ସିଙ୍ଗିଡା ନିକଟରେ ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡି ଅଟକିଛି । ଘଟଣା ସ୍ଥାନରେ ସିଙ୍ଗିଡା ବିଟ ହାଉସ ଅଧିକାରୀ ପହଁଚି ଲୋକମାନକୁ ବୁଝାମଣା କରିଥିଲେ ବି ସଫଳ ହେଇ ନାହାନ୍ତି ।