ବିଷମକଟକ/ରବିନ୍ଦ୍ର କୁମାର ସାହୁ :ରାୟଗଡା ଜିଲ୍ଲା ବିଷମକଟକ ସ୍ଥାନୀୟ ମା ମାର୍କମା ମହାବିଦ୍ୟାଳୟ ପରିସର ଠାରେ ଅନୁଷ୍ଟାନର ଅଧ୍ୟକ୍ଷ ଉମାକାନ୍ତ ନିମାଲପୁରୀ ଙ୍କ ସଭାପତିତ୍ଵରେ ଏବଂ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ରେ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଯୁବ ରେଡ଼କ୍ରସ ର ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ଦ୍ୱାରା କାର୍ଯ୍ୟକ୍ରମର ଲକ୍ଷ,ଉଦ୍ୟେଶ ଓ ରକ୍ତଦାନର ମହତ୍ୱ ଉପରେ ଆଲୋକପାତ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବ ରେଡ଼କ୍ରସ ର ଶତାଧିକ ସ୍ବେଛାସେବୀ ମାନଙ୍କୁ ସଚେତନ କରିବା ସହ ଆଗାମୀ ଭବିଷ୍ୟତରେ ଜଣେ ଜଣେ ରକ୍ତଦାତା ଭାବରେ ସମାଜରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଅନୁପ୍ରାଣିତ କରାଇଥିଲେ ।
ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ଅଧ୍ୟାପକ କରମେନ୍ଦ୍ର ସାହୁ,ଵିନୋୟ ମାଝୀ , ସାରୁସ୍ ପାଲକୀଆ ଓ କେଶବ ଗୌଡ଼ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ କେଦାର ସାହୁକାର ଧନ୍ୟବାଦ ଅର୍ପଣ କରିଥିଲେ ।