(ତାରାକାନ୍ତ ନାୟକ /ସାଲେପୁର): ସାଲେପୁର ଅଂଚଳର ଅଗ୍ରଣ୍ୟ ସ୍ବେଛାସେବୀ ସଂଗଠନ ସତ୍ୟମେବ ଜୟତେ ପରିବାର ପକ୍ଷରୁ ସ୍ଥାନୀୟ ସତ୍ୟଲଷ୍ମୀ ମଣ୍ଡପ ପରିସରରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ସ୍ମୁତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।ଏହି ରକ୍ତଦାନ ଶିବିରରେ ୫୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ଡାକ୍ତର ଉମାକାନ୍ତ ମହାନ୍ତି,ଡ.ଶାରଦା ଓଝା, ଡ.ସରୋଜ ମହାନ୍ତି, ଡ.ମୃତୁଞ୍ଜୟ ବେଜ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।କାର୍ଯ୍ୟକ୍ରମକୁ ସଭାପତି ବିନୟ ଭୂଷଣ ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ଦାଶ,ପରିଚାଳନା କରିଥିଲେ । ଜ୍ଞାନରଞ୍ଜନ ପଣ୍ଡା,ସୁଦର୍ଶନ ସେଠି,ଅଭିଷେକ ସ୍ୱାଇଁ,ଅନିମେଶ ସାମଲ,ଦୀପ୍ତିରଞ୍ଜନ ଦାଶ,ବିଶ୍ୱଜିତ ଠିକାଦାର, ଅଭିଜିତ ଷଡଙ୍ଗୀ,ସନ୍ତୋଷ ଭୋଇ,ତୃପ୍ତିମଇ ମିଶ୍ର,ସ୍ନେହମୟୀ ବାରିକ,ସ୍ୱୟଂସୁଧା ବେହେରା,ତାପସ୍ୱିନୀ ବେହେରା,ପ୍ରଦୀପ୍ତ ଦାଶ, ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ।