ରକ୍ତ ହୀନତା ରୋଗୀଙ୍କୁ ରକ୍ତଦାନ ପାଇଁ ନୟାଗଡ଼ ଇଟାମାଟିର ମାରଓ୍ବାଡି ସମାଜ ଏବଂ ଅଲଟ୍ରାଟେକ୍ ସିମେଣ୍ଟ ଡିଷ୍ଟ୍ରିବୁଟର ପକ୍ଷରୁ ରକ୍ତଦାନ ଶିବିର
ନୟାଗଡ଼/ମାନସ କୁମାର ସାହୁ : ବଇରିକୁ ଦଇବ ସାହା ପରି ରକ୍ତ ହୀନତା ରୋଗୀଙ୍କୁ ନୟାଗଡ଼ ଇଟାମାଟିର ମାରଓ୍ବାଡି ସମାଜ ଏବଂ ଅଲଟ୍ରାଟେକ୍ ସିମେଣ୍ଟ ଡିଷ୍ଟ୍ରିବୁଟର ନୟାଗଡ଼ ପକ୍ଷରୁ ହୋଇଛନ୍ତି ସାହା। ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନୟାଗଡ ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଦେଇଛି। ଚଳିତ ବର୍ଷ ମାର୍ଚ୍ଚ ମାସରୁ ଏହି ରକ୍ତ ଅଭାବ ହେଖାଦେଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଉପରେ ଏହାର ପ୍ରଭାବ ପଡିଛି। ଏହିର ରକ୍ତ ହୀନତା ରୋଗୀଙ୍କ ଦୁର୍ଦ୍ଦଶା ଦେଖି ଆଜି ନୟାଗଡ଼ ଇଟାମାଟି ସତ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ମାରଓ୍ବାଡି ସମାଜ ଏବଂ ଅଲଟ୍ରାଟେକ୍ ସିମେଣ୍ଟ ଡିଷ୍ଟ୍ରିବୁଟର ନୟାଗଡ଼ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି।
ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବହୁ ସ୍ବେଛାସେବୀ ରକ୍ତଦାତା ରକ୍ତଦାନ କରିଛନ୍ତି। ଏହି ରକ୍ତଦାନ ଶିବିରକୁ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଆସି ରକ୍ତଦାତାଙ୍କ ମନବଳକୁ ସୁଦୃଢ କରିବା ସହିତ ନୂତନ ଜୀବନ ଦାତାର ଆକ୍ଷା ଦେଇ ରକ୍ତଦାତାଙ୍କୁ ଉଚ୍ଛାଇତ କରିଥିଲେ ନୟାଗଡ଼ ବିଧାୟକ। ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ନୟାଗଡ଼ର ରକ୍ତଭଣ୍ଡାର କତୃପକ୍ଷ ଯାଇ ରକ୍ତ ସଂଗ୍ରହ କରିଥିଲେ। ନୟାଗଡ଼ ବିଧାୟକଙ୍କ ସମେତ ଇଟାମାଟି ଗ୍ରାମ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସମାଜ ସେବୀ ଯୋଗ ଦେଇଥିଲେ। ଏହି ରକ୍ତଦାନ ଶିବିରରୁ ନୟାଗଡ଼ର କିଛି ଟା ରକ୍ତହୀନତା ରୋଗୀ ନିଜର ରକ୍ତ ଯନ୍ତ୍ରଣାରୁ ରକ୍ଷା ପାଇଛନ୍ତି।