(ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ): ଯୁବ ସ୍ୱାଭିମାନ ଦିବସ ଅବସରରେ ପାରାଦ୍ୱୀପ ନୂଆବଜାର ବାଜପେୟୀ ଟ୍ରଷ୍ଟ ରେ ପାରାଦ୍ୱୀପ ଅନଏମ୍ପଲୋଏଡ଼ ଇଞ୍ଜିନିଅର୍ସ ଆସୋସିଏସନ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ସମୟରେ ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ବନ୍ଦ ରହିଥିବାରୁ , ରକ୍ତ ର ଘୋର ଅଭାବ ଦେଖାଦେଇଛି। ଏଭଳି ପରିସ୍ଥିତି ରେ ଯୁବ ପିଢି ଆଗେଇ ଆସି ସ୍ବେଛା କୃତ ରକ୍ତ ଦାନ କରିବାକୁ ଅନଏମ୍ପଲୋଏଡ଼ ଇଞ୍ଜିନିଅର୍ସ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଛି। ଆସୋସିଏସନ ପକ୍ଷରୁ ଏହି ଶିବିରରେ ପ୍ରାୟ ୧୫୦ ୟୁନିଟ ରକ୍ତ ସଂଗ୍ରହ କରାଯିବାକୁ ଆଶା ରଖାଯାଇଛି।