(ରିପୋର୍ଟସ ଟୁଡ଼େ) ଆମେରିକାନ୍ ହାର୍ଟ ଆସୋସିଏସନ ପକ୍ଷରୁ ବ୍ଲଡ଼୍ ପ୍ରେସର୍ (ବିପି) ବା ରକ୍ତଚାପକୁ ନେଇ ଏକ ଅନୁସନ୍ଧାନ କରାଯାଇଥିଲା ।ଏହାପରେ ରକ୍ତଚାପ ରୋଗୀମାନଙ୍କ ପାଇଁ କେତୋଟି ସତର୍କ ସୂଚନା ।
-ପରିସ୍ରା କରିବା ପରେ ବି.ପି ଚେକ କରାନ୍ତୁ । ନଚେତ ଫୁଲ ବ୍ଲଡ଼ରରୁ ୧୦ରୁ ୧୨ ମିଲି ମିଟର ଯାଏଁ ବିପି ରିଡ଼ିଂ ବଢି ଯାଇଥାଏ ।
-ବାମ ହାତର ସପୋର୍ଟକୁ କୌଣସି ଟେବୁଲ ଉପରେ ରଖିବା ଦରକାର। ଏହା ଦ୍ୱାରା ବିପି ମନିଟରିଂ କଫ୍ ହୃଦୟ ପାଖ ଦେଇ ଭଲ ରିଡିଂ ଦେବ। ଏପରି ନ କରିଲେ ୬ ରୁ ୧୦ ମିଲି ମିଟର ଯାଏଁ ବିପି ବଢିଯାଇଥାଏ।
-ବିପି ଚେକ୍ କରିବା ବେଳେ କ୍ରସ୍ ଲେଗ ଆଦୌ କରନ୍ତୁ ନାହିଁ। ଏଭଳି କରିଲେ ବିପିର ରିଡିଂ ୨ ରୁ ୪ ଏମ୍ ଏମ୍ ଯାଏଁ ବଢିଯିବ।
-କପଡା ଉପରେ ଯଦି ବିପି ମନିଟରିଂ କଫ୍ରୁ ଯାଞ୍ଚ କରାଯାଏ, ତେବେ ୫ ରୁ ୧୦ ମିଲି ମିଟର ବଢିବାର ସମ୍ଭାବନା ରହିଥାଏ।
-ଯଦି ବିପି ମନିଟରିଂ କଫ୍ ହାତର ସାଇଜ୍ରେ ଛୋଟ ହୋଇଥାଏ, ତେବେ ବ୍ଲଡପ୍ରେସର ର ରିଡିଂ ୫ ରୁ ୧୦ ମିଲିମିଟର ଯାଏଁ ବଢିଥାଏ ।
-ବିପି ଚେକ କରିବା ସମୟରେ କଥା ହେଲେ ବଙ୍ଗବଚ୍ଚ ପ୍ରେସର ବଢିଯାଏ । ଚାହା, କଫିଓ ପାଣି ପିଇବା ପରେ ମଧ୍ୟ ବିପି ଚେକ କରାଇବା ଉଚିତ ନୁହେଁ ।ଏହା ଦ୍ୱାରା ୮ରୁ ୧୦ ମିଲି ମିଟର ଯାଏଁ ବିପି ବଢି ଯାଇଥାଏ ।