ଖୋର୍ଦ୍ଧା(ରିପୋର୍ଟର୍ସ ଟୁଡେ): ପ୍ରେମ ନିବେଦନକୁ ଖାରଜ କରିବା ପଡିଲା ମହଙ୍ଗା । ପ୍ରେମ ଆବେଦନକୁ ମନା କରିବାରୁ ଯୁବତୀଙ୍କ ଦୁଇ ଗୋଡ ହାଣିଦେଇଛନ୍ତି ପାଗଳ ପ୍ରେମିକ । ଯୁବତୀଙ୍କୁ ପ୍ରଥମେ ବାଙ୍କୀ ମେଡିକାଲରେ ଗୁରୁତର ଭାବେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି । ଏମିତି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମରା ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ରାମର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଦାଶରଥୀ ବେହେରା ନାମକ ଜଣେ ଯୁବକ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିଲା । କିନ୍ତୁ ଜେଲରୁ ଫେରିବା ପରେ ଏହାର ପ୍ରତିଷୋଧ ନେଇଛି ଦାଶରଥୀ । ଜେଲରୁ ଫେରି ପୁଣରିଥରେ ଲକ୍ଷ୍ମୀପ୍ରିୟାଙ୍କୁ ପ୍ରେମ ପାଇଁ ନିବେଦନ କରିଥିଲା । କିନ୍ତୁ ଲକ୍ଷ୍ମୀପ୍ରିୟା ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କ ପାଇଁ ଏହାର ପରିଣାମ ଭୟଙ୍କର ହୋଇଛି । ଦାଶରଥୀ ରାଗରେ ଲକ୍ଷ୍ମୀପ୍ରିୟାଙ୍କ ଦୁଇ ଗୋଡକୁ ଭୁଜାଲିରେ ହାଣି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି । ତେବେ ଏଭଳି ଅମାନୁଷିକ କାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।