ବ୍ଲୁମବର୍ଗ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ପରିବାର ତାଲିକା ପ୍ରକାଶ : ଶୀର୍ଷରେ ୱାଲମାର୍ଟ ୱାଲଟନ ପରିବାର

0

ନୂଆଦିଲ୍ଲୀ : ବ୍ଲୁମବର୍ଗ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ପରିବାର ତାଲିକା ପ୍ରକାଶ ପାଇଛି । ଏଥିରେ ଶୀର୍ଷ ସ୍ଥାନରେ ରହିଛି ୱାଲମାର୍ଟ ୱାଲଟନ ନରିବାର । ମୋଟ ୪୩୨୪୦ କୋଟି ଡଲାରର ସମ୍ପତ୍ତି ସହିତ ଏହି ପରିବାର ୨୦୨୪ ରେ ପୁନଃ ପ୍ରଥମ ସ୍ଥାନ ଅଳଙ୍କୃତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ବ୍ୟକ୍ତିଗତ ସମ୍ପତ୍ତି ଠାରୁ ୱାଲଟନ ପରିବାରର ସମ୍ପତ୍ତି ଅଧିକ ରହିଛି । ଭାରତରୁ ଆମ୍ବାନି ପରିବାର ଏ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଅମ୍ବାନି ପରିବାରର ମୋଟ ସମ୍ପତ୍ତି ହେଉଛି ୯୯୬୦ କୋଟି ଡଲାର । ସେହିଭଳି ସାପୁରଜୀ ପାଲୋଞ୍ଜିଙ୍କ ମିସ୍ତ୍ରୀ ପରିବାର ୪୧୪୦ କୋଟି ଡଲାରର ସମ୍ପତ୍ତି ସହ ତାଲିକାରେ ୨୩ ତମ ସ୍ଥାନରେ ରହିଥିବା ଜଣାପଡିଛି । ୱାଲମାର୍ଟ ସେୟାରର ଉତ୍ତମ ପ୍ରଦର୍ଶନ ଯୋଗୁ ବିଶ୍ୱ ଧନୀ ପରିବାର ତାଲିକା ୨୦୨୪ ରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ୱାଲଟନ ପରିବାର । ଚଳିତ ବର୍ଷ ଡିସେମ୍ବର ୧୦ ସୁଦ୍ଧା ୱାଲମାର୍ଟ ସେୟାର ୮୦% ବୃଦ୍ଧି ପାଇଛି । ଏହି ଅଭିବୃଦ୍ଧି ଯୋଗୁ ୱାଲଟନ ପରିବାରର ମିଳିତ ସମ୍ପତ୍ତି ୧୭୨୭୦ କୋଟି ଡଲାର ବଢିଛି । ଉକ୍ତ ହିସାବରେ ଦିନକୁ ହାରାହାରି ୪୭.୩୨ କୋଟି ଡଲାର ଏବଂ ମିନିଟକୁ ୩୨୮,୫୭୭ ଡଲାର ଯୋଡିଛି ଏହି ପରିବାର । ରାଜସ୍ୱ ହିସାବରେ ୱାଲମାର୍ଟ ବିଶ୍ୱର ସର୍ବବୃହତ ରିଟେଲର ।