ବ୍ଲ୍ୟୁ-ଫ୍ଲାଗ୍, ପ୍ରତି ବିଚ୍ ପାଇଁ ଦେଢ କୋଟି ଟଙ୍କା ମଞ୍ଜୁର

0

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ଓଡିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନରେ ବିକାଶ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ସରକାର ପୂରୀ ପରେ ଏବେ ଆଉ ୫ ବେଳାଭୂମିର ସୋନ୍ଦର୍ଯ୍ୟ କରଣ କରି ବ୍ଲ୍ୟୁ-ଫ୍ଲାଗ୍ ମାନ୍ୟତା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି । ପୁରୀ ସ୍ୱର୍ଣ୍ଣିମ ବେଳାଭୂମିକୁ ବ୍ଲ୍ୟୁ-ଫ୍ଲାଗ୍ ର ବିଶ୍ୱସ୍ତରୀୟ ମାନ୍ୟତା ମିଳିସାରିଥିବା ବେଳେ ଆଉ ୫ ଟି ବିଚ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରତିଶୂତି ଦେଇଛିନ୍ତି ନବୀନ ପଟ୍ଟନାୟକ । ସେହିସବୁ ବିଚ୍ ହେଉଛି ଗଞ୍ଜାମ ଜିଲାର ପତି ସୋନାପୁର ଓ ହରିପୁର, ପୁରୀ ଜିଲାର ନୀଳାଦ୍ରି, ମୁହାଣ ଏବଂ ପିର ଜାହାନିଆ । ଏହି ବିଚ୍ ର ବିକାଶ ଦିଗରେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହି ୫ ବେଳାଭୂମିର ବିକାଶ କରିବେ । ପ୍ରତି ବିଚ୍ ପାଇଁ ଦେଢ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି ବିଚ୍ ରେ ଶୌଚାଳୟ, ସିମେଣ୍ଟଚେୟାର, ସୋଲାର ଲାଇଟିଂ ବ୍ୟବସ୍ଥା ଏବଂ ଓ୍ବାଚ୍ ଟାଓ୍ବାର ନିର୍ମାଣ କରାଯିବ ।