ଟ୍ୱିଟର ଆକାଉଣ୍ଟରୁ ଗାଏବ ହୋଇଯାଇଛି ବ୍ଲୁ ଟିକ୍

0

ଭୁବନେଶ୍ୱର : ସୋସିଆଲ ମିଡ଼ିଆକୁ ନେଇ ଅପବ୍ୟବହାର ହେଉଥିବା ଚର୍ଚ୍ଚା ହେଉଥିବା ବେଳେ ସୋସିଆଲ ମିଡ଼ିଆ ଟ୍ୱିଟରରେ ହୋଇଛି ବଡ ପରିବର୍ତନ |ଟ୍ୱିର୍ଟର ମୁଖ୍ୟ ପରିଚାଳକ ଏଲେନ ମସ୍କ ନେଇଛନ୍ତି ବିରାଟ ବଡ ପରିବର୍ତନ କରିଛନ୍ତି | ଅନେକଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ବ୍ଲୁ ଟିକ | ଗତ କିଛି ଦିନ ହେବ ଟ୍ୱିଟରରେ ଅନେକ କିଛି ପରିବର୍ତ୍ତନ କରାଯାଉଛି । ଖାସକରି ବ୍ଲୁ ଟିକ୍ ପାଇଁ ସବସ୍କ୍ରିପସନ ଫିଚର ଜାରି କରାଯାଇଛି । ତେବେ ଏହି ଟିକ୍ ଫିଚର ଏବେ ୩ଟି ରଙ୍ଗରେ ଉପଲବ୍ଧ ରହିଛି । ପୂର୍ବରୁ କେବଳ ବ୍ଲୁ ଟିକ୍ ହିଁ ମିଳୁଥିଲା । ସେହିଭଳି ବ୍ୟବସାୟ ପାଇଁ ଉର୍ଦ୍ଦିଷ୍ଟ ଥିବା ଆକାଉଣ୍ଟକୁ ଗୋଲ୍ଡ ଟିକ୍ ଦିଆଯାଉଛି ।

ତେବେ ଉଭୟ ସରକାରଙ୍କ ସହ ଜଡିତ ଥିବା ବ୍ୟକ୍ତି ଓ ସାଧାରଣ ଲୋକଙ୍କୁ ଯଥାକ୍ରମେ ଗ୍ରେ ଓ ବ୍ଲୁ ଟିକ୍ ପାଇଁ ଟଙ୍କା ଦେବାକୁ ପଡିବ ।ସେମାଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ରାଜନାଥ କୋବିନ୍ଦ ଓ ପୀୟୁଷ ଗୋଏଲଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟରେ ମଧ୍ୟ ବ୍ଲୁ ଟିକ୍ ବଦଳରେ ଗ୍ରେ ଟିକ୍ ମିଳିଛି ।କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି ବରଂ ଟ୍ୱିଟର ପକ୍ଷରୁ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଯେ, କେବଳ ସରକାରଙ୍କ ସହ ଜଡିତ ବ୍ୟକ୍ତିବିଶେଷଙ୍କ ପାଇଁ ଗ୍ରେ ଟିକ୍ ଉପଲବ୍ଧ ରହିବ ।ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକ୍ ବଦଳରେ ଗ୍ରେ ଟିକ୍ ଦେଖିବାକୁ ମିଳିଛି ।

ଆଉ ଏହା ମଧ୍ୟ ଭେରିଫାଏଡ ଆକାଉଣ୍ଟ । ଏହି ଆକାଉଣ୍ଟର ହ୍ୟାଣ୍ଡେଲରେ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଅଫିସିଆଲ ବୋଲି ଉଲ୍ଲେଖ ରହିଛି । ନୂଆ ଭେରିଫିକେସନ ଅନୁଯାୟୀ ଏଭଳି ପରିବର୍ତ୍ତନ ହେଉଥିବା କୁହାଯାଉଛି । ତେବେ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଯାବତ୍ ଗ୍ରେ ଟିକ୍ ଦିଆଯାଇନାହିଁ । ତେବେ ଦେଶର ବିରୋଧୀ ଦଳରେ ଥିବା ନେତାଙ୍କ ଆକାଉଣ୍ଟରେ ଗ୍ରେ ଟିକ୍ ରହିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।