ଭୁବନେଶ୍ୱର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବିଏମସି କିରାଣି । ବିଏମସି କିରାଣି ସୁଧାଂଶୁ ମାଝୀ ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ତାଙ୍କୁ କାବୁ କରି ନେଇଛି ଭିଜିଲାନ୍ସ । ଏହି କିରାଣିଙ୍କ ନାମରେ ଏକାଧିକ ବାର ଲାଞ୍ଚ ଅଭିଯୋଗ ହୋଇ ଆସୁଥିଲା
ଇଏମଡି ସିକ୍ୟୁରିଟି ଡିପୋଜିଟ ରିଲିଜ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିବାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ । ଆଜି ଯୋଜନା ମୁତାବକ ସେଠାରେ ପୂର୍ବରୁ ଭିଜିଲାନ୍ସ ଅଧିକାରୀ ଲୁଚି ରହିଥିଲେ । ଉକ୍ତ ବ୍ୟକ୍ତି ମାଝୀଙ୍କ ନିକଟକୁ ଯିବାରୁ ମାଝୀ ତାଙ୍କୁ ଟଙ୍କା ଆଣିଛ କି ନାହିଁ ପଚାରିଥିଲେ । ବ୍ୟକ୍ତି ଜଣକ ଆଣିଛି କହିବା ସହ ମାଝୀଙ୍କୁ ରାସାୟନ ଯୁକ୍ତ ୨୦ ହଜାର ଟଙ୍କା ଦେଇଥିଲେ । ସେହି ଟଙ୍କା ମାଝୀ ଧରିବା କ୍ଷଣି ସେଠାରେ ଥିôବା ଭିଜିଲାନ୍ସ ଅଧିକାରୀ ତାଙ୍କୁ କାବୁ କରି ନେଇଥିଲେ । ମାଝୀଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ହୋଇଛି ।
ତୁରନ୍ତ ଆଦାୟ କରିବା ଭଳି ଦାବି ରହିଛି । ଏକ ମାସ ମଧ୍ୟରେ ଦାବି ଗୁଡିକ ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି ।