ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ପ୍ରସ୍ତୁତ ହେଲାଣି ବିଏମସି

0

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ତାପମାତ୍ରାରେ ଟିକିଏ ପରିବର୍ତ୍ତନ ଆସିଛି । ଆଗକୁ ଆସୁଥିବା ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରଭାବକୁ ନଜରରେ ରଖି ବିଏମସି ପକ୍ଷରୁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ କରାଯାଇଥିଲା ଯେଉଁଥିରେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଆଗକୁ ଆସୁଥିବା ହିଟ ୱେଭକୁ ନେଇ କଣ ପ୍ରସ୍ତୁତି ରହିଛି ଏହାକୁ ନେଇ ସେ ତାଙ୍କ ସୂଚନା ଜଣାଇବେ । ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ହିଟ ୱେଭ ପାଇଁ ସ୍ପେସାଲ ସେଲ ନିର୍ମାଣ କରିବା ସହିତ ପାଣି ଏଟିଏମ,ଟ୍ୱିୱେଲ ଆଦିକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଏମସି ତତ୍ପରତା ଦେଖାଇଛି । ଏହା ବାଦ ଶ୍ରମିକ ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରାଯାଉଛି ।

ଖାଦ୍ୟର ଗୁଣାବର୍ତ୍ତା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଅଫିସର ମାନଙ୍କୁ ପୋଷ୍ଟିଙ୍ଗ କରାଯାଇଛି । ହିଟୱେଭ ସମୟରେ କୋଇଲା ଭାଟି ଲଗାଇବା ଉପରେ କଟକଣା ସହ ବିଏମସି ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏହା ସହିତ ଅଗ୍ନିଶମ ବାହାନୀଙ୍କୁ ମଧ୍ୟ ପ୍ରସ୍ତୁତ ରଖିବା ପାଇଁ ଏକ ମାଷ୍ଟର ପ୍ଲାନ କରାଯାଉଥିବା ବିଏମି ମେୟର ସୂଚନା ଦେଇଛନ୍ତି ।