ଭୁବନେଶ୍ୱର : ରାଜ୍ୟ ସରକାର ହକି ୱାର୍ଲଡକପ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନକୁ ପରିସ୍କାର କରି ସବୁଜ ସୁନ୍ଦର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ତାହାକୁ କିଛି ଲୋକ ବା କିଛି ରାଜନୈତିକ ଦଳ ବିଗାଡିବାରେ ଲାଗିଛନ୍ତି | ନିଜ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି | ଆଉ ଏଥିପାଇଁ ସରକାର ରାସ୍ତାକଡ଼ରେ ଥିବା ସରକାରୀ କାନ୍ଥରେ ବିଭିନ ଚିତ୍ର ଯଥା ହକି ଓ ଅନ୍ୟାନ୍ୟ ଚିତ୍ର ଆଙ୍କି ସୁନ୍ଦରତା ବଢାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେହି ଚିତ୍ରିତ କାନ୍ଥ ଉପରେ ସମୃଦ୍ଧ ଓଡିଶା ନାମକ ଏକ ରାଜନୈତିକ ଦଳ ନିଜ ଦଳର ପ୍ରଚାର ପାଇଁ ଚିତ୍ରିତ କାନ୍ଥକୁ ଖରାପ କରୁଛି |
କେବଳ କାନ୍ଥ ନୁହେ ରାସ୍ତାକଡ଼ରେ ଥିବା ଇଲେକ୍ଟ୍ରିକ ଖୁଣ୍ଟ ,ଟେଲିଫୋନେ ବକ୍ସ ରେ ମଧ୍ୟ ନିଜର ପସ୍ତେର ଲଗେଇଛନ୍ତି | ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଆଇଆରସି ଅଂଚଳରେ | ଆଉ ଏନେଇ ମଧ୍ୟ ତାଙ୍କ ବିରୋଧରେ ନୟାପଲ୍ଲୀ ପୋଲିସ ଷ୍ଟେସନରେ ଭୁବନେଶ୍ୱର ମୁନିସିପାଲିଟି ତରଫରୁ ସମୃଦ୍ଧ ଓଡିଶା ବିରୋଧରେ ଏକ ଏଫଆର ଦିଆଯାଇଛି | ଆଉ ସରକାରୀ କାମରେ ବାଧା ଦେଉଥିବାରୁ ଟାଂକବିରୋଧରେ ସଂଗୀନ ଦଫା ମଧ୍ୟ ଲଗାଯାଇଛି |