ଭୁବନେଶ୍ୱର: ଭୁବନେଶ୍ୱରରେ ଗଣେଶ ପୂଜା ବିସର୍ଜନ ପାଇଁ BMC ଜାରି କଲା ଗାଇଡଲାଇନ | ଇକୋ ଫ୍ରେଣ୍ଡଲି ଭାବେ ବିସର୍ଜନ ପାଇଁ ନିୟମାବଳୀ ଜାରି | ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ ଦୁଇଟି ଜାଗା ଚି଼ହ୍ନଟ| ଟଙ୍କ ପାଣି ବ୍ରିଜ ଓ ଦୟା ନଦୀ କୁଳ ରେ ବିସର୍ଜନ ପାଇଁ BMC ତରଫରୁ ଆୟୋଜନ | ଅନ୍ୟପଟେ BMC ମଧ୍ୟ କରିବ ମୂର୍ତ୍ତି ବିସର୍ଜନ *ଯେଉଁମାନେ ଚାହିଁବେ ବିସର୍ଜନ ପାଇଁ ନିକଟସ୍ଥ BMC କଲ୍ୟାଣ ମଣ୍ଡପରେ ମୂର୍ତ୍ତି ଦେଇପାରିବେ | ସେହି ମୂର୍ତ୍ତି କୁ BMC କରିବ ବିସର୍ଜନ ଏନେଇ ମଧ୍ୟ ଗାଇଡଲାଇନ ଜାରି | ମୂର୍ତ୍ତି କୁ ଆଣି ଠାକୁର ଙ୍କୁ ସମ୍ମାନ ସହ ଧାର୍ମିକ ଭାବନା କୁ ସମ୍ମାନ ଦେଇ ଗଣେଶ ମୂର୍ତ୍ତି କୁ ସଠିକ ଉପରେ ଟେବୁଲ ଉପରେ ରଖିବେ | ଏହାର ତଦାରଖ କରିବେ ଡେପୁଟି କମିଶନର | ଗାଡି ମାଧ୍ୟମରେ ବିସର୍ଜନ ସ୍ଥଳରେ ମୂର୍ତ୍ତି ପଂହଁଚାଇବା ପାଇଁ ଗାଡିର ବ୍ୟବସ୍ଥା କରିବ | ଜ୍ୟଦି ଏହି କାର୍ଯ୍ୟ ରେ ଆବଶ୍ୟକ ସ୍ଥଳେ ଶ୍ରମିକ ଦରକାର NGO ମାଧମରେ ଅଣାଯିବ ଶ୍ରମିକ | ରାଜଧାନୀରେ 8 ଟି କଲ୍ୟାଣ ମଣ୍ଡପ ରେ ମୂର୍ତ୍ତି ହସ୍ତାନ୍ତର ପାଇଁ କଲ୍ୟାଣ ମଣ୍ଡପ ଲିଷ୍ଟ ଜାରି|