ଭୁବନେଶ୍ୱର: ଟିକାକରଣରେ ରେକର୍ଡ଼ ସୃଷ୍ଟି କରିଛି ଭୁବନେଶ୍ୱର ମହାନଗର ନିଗମ । ରାଜ୍ୟରେ ଜାନୁଆରୀ ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୨ହଜାର ୩୦୯ ଡ଼ୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡ଼ୋଜ ନେଇଥିବା ବେଳେ, ୧୩ ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡ଼ୋଜ ଦିଆଯାଇଛି । ସେହିପରି ୧୫ରୁ ୧୮ ବର୍ଷ କିଶୋର ବର୍ଗରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ ଜଣ ପ୍ରଥମ ଡ଼ୋଜ ଟିକା ଗ୍ରହଣ କରିସାରିଛନ୍ତି । ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର ହୋଇଛି । ଭୁବନେଶ୍ୱରରେ ଏବେ ବି ୫୦ରୁ ଅଧିକ କେନ୍ଦ୍ରରେ ଟିକାକରଣ ଜାରି ରହିଛି ।