ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ BMCର ଡେଙ୍ଗୁ ଚେକିଙ୍ଗ । ଘରୁ ମଶା ବାହାରିଲେ ଗଣିବେ ୧ହଜାର ପାଇନ । ଅଫିସ କାର୍ଯ୍ୟାଳୟରେ ମଶା ବାହାରିଲେ ୫ହଜାର ଫାଇନ । ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ସ୍ମାର୍ଟ ସିଟିରେ ଡେଙ୍ଗୁ ଆତଙ୍କ। ଚଳିତ ମାସରେ ରାଜଧାନୀରେ ଦୁଇ ମୁଣ୍ଡ ନେଇଛି ଡେଙ୍ଗୁ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଏହି ସଂଖ୍ୟା ୧୦୦୦ ପାର୍ କରିଛି। ଡେଙ୍ଗୁ ରୋଗୀ ବିଶେଷ କରି ନୟାପଲ୍ଲୀ, ଆଚାର୍ୟ୍ୟ ବିହାର, ଜୟଦେବ ବିହାର, ନୀଳାଦ୍ରି ବିହାର ସମେତ ଅନେକ ବସ୍ତି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ନୟାପଲ୍ଲୀ, ଆଚାର୍ୟ୍ୟ ବିହାର ହଟସ୍ପଟ ଚିହ୍ନଟ ହୋଇଛି ।
ଆଜିଠୁ ହେବ ଡେଙ୍ଗୁ ଡ୍ରାଇଭ୍। ମଶା ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ ଆଜିଠୁ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିବ ବିଏମସି । ବିଏମସି ପକ୍ଷରୁ ଡାକ୍ତରଙ୍କ ସମେତ ଅଙ୍ଗନବାଡି, ଆଶାକର୍ମୀ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀ ମାନେ ଘର ଘର ବୁଲି ସର୍ଭେ କରିବା ସହିତ ଲୋକଙ୍କୁ ସଚେତନ କରିବେ ।
ସେହିପରି ପ୍ରଶାସନ ପକ୍ଷରୁ ହଟସ୍ପଟ୍ ସ୍ଥାନ ଗୁଡିକ ଚିହ୍ନଟ କରାଯାଇ ଧୁଆଁ ସ୍ପ୍ରେ କରାଯିବା ସହିତ ଲାର୍ଭା ନଷ୍ଟ କରାଯାଉଥିବା ବିଏମସି ଅଧିକାରୀ କହିଛନ୍ତି। ଆଜିଠୁ ନୂଆ ନିୟମ ଲାଗୁ ହୋଇଛି। ଘରେ କିମ୍ବା ଘର ଠାରୁ ୫ମିଟର ଦୂରରେ ପାଣି ଜମିଲେ କିମ୍ବା ଛାତ ଉପରେ ଅଧିକ ଦିନ ପାଇଁ ଜମିଲେ ରାଜଧାନୀବାସୀ ଗଣିବେ ତଣ୍ଡ ।